ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ କ୍ୟାବିନେଟ୍ ମଞ୍ଜୁରୀ

ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ କ୍ୟାବିନେଟ୍ ମଞ୍ଜୁରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଏହାସହ ବହୁମୁଖୀ ଯୋଗାଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବୈଠକରେ ଅଧ୍ୟକ୍ଷତାରେ କରିଥିଲେ।
ତେବେ ଜାତୀୟ ମାଷ୍ଟର ପ୍ଲାନରେ କୌଣସି ପ୍ରକାରର ପରବର୍ତ୍ତୀ ସଂଶୋଧନ ଲାଗୁ କରିବା ପାଇଁ ଢାଞ୍ଚା ଓ ମାନଦଣ୍ଡ ସମ୍ପର୍କରେ ସୁପାରିସ କରିବା ନିମନ୍ତେ ଇଜିଓଏସକୁ କ୍ଷମତା ପ୍ରଦାନ କରାଯାଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ସମକାଳୀନ କରିବା ଲାଗି ଏହି ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ ଢାଞ୍ଚା ପ୍ରସ୍ତୁତ କରିବ। ଏହାବ୍ୟତୀତ ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନାଗୁଡ଼ିକ ଯେପରି ଗୋଟିଏ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମର ଅଂଶବିଶେଷ ହୋଇପାରିବେ, ଇଜିଓଏସ ତାହା ସୁନିଶ୍ଚିତ କରିବ। ଇସ୍ପାତ, କୋଇଲା, ସାର ଆଦି ବିଭିନ୍ନ ମନ୍ତ୍ରାଳୟର ଆବଶ୍ୟକତା ମୁତାବକ ଦକ୍ଷତାପୂର୍ଣ୍ଣ ଭାବେ ମୋଟ୍ ଆକାରର ସାମଗ୍ରୀ ପରିବହନ କ୍ଷେତ୍ରରେ, ଦେଖାଦେଉଥିବା ଚାହିଦା ପୂରଣ ଲାଗି ମଧ୍ୟ ଇଜିଓଏସ ହସ୍ତକ୍ଷେପ କରିପାରିବ।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ହେଉଛି ବିଭାଗୀୟ ବାଧାଗୁଡ଼ିକୁ ଦୂର କରିବା। ଏହାଛଡ଼ା ବହୁମୁଖୀ ଯୋଗାଯୋଗ ଏବଂ ଅନ୍ତିମ ଦୂରତାରେ ଯୋଗାଯୋଗ ପ୍ରଦାନ କରିବା ଲାଗି ସାମଗ୍ରିକ ଓ ସମନ୍ୱିତ ଦୃଷ୍ଟିକୋଣ ନେଇ ପ୍ରକଳ୍ପଗୁଡ଼ିକର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା। ଏହା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଏହା ଉପଭୋକ୍ତା, ଚାଷୀ, ଯୁବକଙ୍କ ସହ ବ୍ୟବସାୟ କ୍ଷେତ୍ରକୁ ବ୍ୟାପକ ଆର୍ଥିକ ଲାଭ ପ୍ରଦାନ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: