ଦୀପାବଳି ଓ ଛଠ୍ ପୂର୍ବରୁ ଚାଲିବ ସ୍ଵତନ୍ତ୍ର ଟ୍ରେନ୍

ଦୀପାବଳି ଓ ଛଠ୍ ପୂର୍ବରୁ ଚାଲିବ ସ୍ଵତନ୍ତ୍ର ଟ୍ରେନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦୀପାବଳି ଏବଂ ଛଠ ପୂଜା ସମୟରେ ଟ୍ରେନରେ ଭିଡ଼ କମ କରିବା ପାଇଁ ଉତ୍ସବ ପୂର୍ବରୁ ଭାରତୀୟ ରେଳର କେନ୍ଦ୍ରୀୟ ଜୋନ୍ ଫେଷ୍ଟିଭାଲ୍ ସ୍ପେଶିଆଲ୍ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଏହି ଟ୍ରେନ୍ ଗୁଡିକ ମୁମ୍ବାଇ, ପୁଣେ ଏବଂ ନାଗପୁର-କରମାଲି ମଧ୍ୟରେ ଚାଲିବ। ତେବେ ଗତ ୧୮ ତାରିଖରୁ ଏହି ଟ୍ରେନଗୁଡ଼ିକ ପାଇଁ ଟିକେଟ ସଂରକ୍ଷଣ ଆରମ୍ଭ ହୋଇଯାଇଛି। ତେବେ ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ। ଯାତ୍ରୀମାନଙ୍କ ଭିଡ ଏବଂ ପାର୍ବଣ ଋତୁରେ ଟିକେଟ୍ ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ଏହି ପଦକ୍ଷେପ ନେଇଛି। ତେବେ ଚାଲନ୍ତୁ ଜାଣିବା ଏହି ଫେଷ୍ଟିଭି ସ୍ୱତନ୍ତ୍ର ଟ୍ରେନ୍ କେଉଁ ମାର୍ଗରେ ଚାଲିବ ଏବଂ ସେମାନଙ୍କର ସମୟ କ’ଣ ରହିବ?

ନାଗପୁର-କରମାଲି ସାପ୍ତାହିକ ସୁପରଫାଷ୍ଟ ସ୍ପେଶାଲ୍ ଟ୍ରେନ :
ନାଗପୁର ଏବଂ କରମାଲି ମଧ୍ୟରେ ଚାଲୁଥିବା 01239 ସୁପରଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ୩୦ ଅକ୍ଟୋବରରୁ ୨୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ନାଗପୁରରୁ ୧୫.୫୦ରେ ଛାଡି ପରଦିନ ୧୪.୩୦ ରେ କରମାଲିରେ ପହଞ୍ଚିବ। ସେହିଭଳି 01240 ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ୩୧ ଅକ୍ଟୋବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ୨୦.୪୦ରେ କରମାଲି ଛାଡି ପରଦିନ ୨୦.୧୦ରେ ନାଗପୁରରେ ପହଞ୍ଚିବ।
କେଉଁଠି କେଉଁଠି ଅଟକିବ ଏହି ଟ୍ରେନ:

ଏହି ଫେଷ୍ଟିଭି ଟ୍ରେନ୍ ୱାର୍ଦ୍ଧା, ବଡନେର୍, ଆକୋଲା, ଶେଗାଓଁ, ଭୁସାଭାଲ୍, ନାଶିକ୍ ରୋଡ୍, ଇଗତପୁରୀ, କଲ୍ୟାଣ ପାନଭେଲ, ରୋହା, ଖେଡ, ଚିପ୍ଲୁନ୍, ସଙ୍ଗମେଶ୍ୱର ରୋଡ୍, ରତ୍ନାଗିରି, ରାଜପୁର ରୋଡ୍, ବୈଭବବାଡି ରୋଡ୍, କଙ୍କାବଳି, ସିନ୍ଧୁଦୁର୍ଗ, କୁଦଲ, ସାୱନ୍ତବାଡି ଷ୍ଟେସନ ଓ ଥିଭିମ୍ ଷ୍ଟେସନଗୁଡିକରେ ରହିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଶ୍ରେଣୀ, ଚାରିଟି ଏସି -୩ ଶ୍ରେଣୀ, ୧୧ ଟି ସ୍ଲିପର ଶ୍ରେଣୀ ଏବଂ ୬ ଟି କୋଚ ଦ୍ୱିତୀୟ ଶ୍ରେଣୀର ରହିଛି।

ମୁମ୍ବାଇ-ନାଗପୁର ସାପ୍ତାହିକ ସୁପରଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍:

01247 ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲସ (CSMT) ରୁ ୨୯ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ୨୨.୫୫ରୁ ଯାତ୍ରା ଆରମ୍ଭ କରି ପରଦିନ ନାଗପୁରରେ ୧୩.୧୦ ରେ ପହଞ୍ଚିବ। ସେହିଭଳି 01248 ସୁପରଫାଷ୍ଟ ସ୍ପେଶାଲ ୩୦ ଅକ୍ଟୋବରରୁ ୨୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ନାଗପୁରରୁ ୧୭.୪୯ରୁ ବାହାରି ପରଦିନ ଏହା ସକାଳ ୮.୩୦ ରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲସରେ ପହଞ୍ଚିବ।

୧୦ ଟି ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନ୍ ଅଟକିବ:
01248 ଟ୍ରେନ୍ ନମ୍ବର କଲ୍ୟାଣ, ଇଗତପୁର, ନାଶିକ୍ ରୋଡ୍, ଜାଲଗାଓଁ, ଭୁସାଭାଲ, ଶେଗାଓଁ, ଆକୋଲା, ବାଡନେରା, ଧାମଙ୍ଗା ଏବଂ ୱର୍ଦ୍ଧା ଷ୍ଟେସନରେ ଅଟକି ରହିବ। ଏହି ଟ୍ରେନ୍ ଗୁଡିକରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଶ୍ରେଣୀ, ପାଞ୍ଚଟି ଏସି-୩ ଶ୍ରେଣୀ, ୫ ଟି ସ୍ଲିପର ଶ୍ରେଣୀ ଏବଂ ୬ ଟି ଦ୍ୱିତୀୟ ଶ୍ରେଣୀ କୋଚ୍ ରହିଛି।

ପୁଣେ-ଭାଗତ କି କୋଠି ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍:
ସ୍ୱତନ୍ତ୍ର ଟ୍ରେନ୍ ନମ୍ବର 01249 ଅକ୍ଟୋବର ୨୨ ରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ପୁଣେରୁ ୨୦.୧୦ ବାହାରି ପରଦିନ ୧୯.୫୫ରେ ଭଗତ କି କୋଠିରେ ପହଞ୍ଚିବ। ସେହିଭଳି 01250 ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୨୩ ଅକ୍ଟୋବରରୁ ୨୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ୨୨.୨୦ରେ ଭଗତ କି କୋଠି ଛାଡି ପରଦିନ ୧୯.୫ରେ ପୁଣେରେ ପହଞ୍ଚିବ।
ଏହି ସହରଗୁଡ଼ିକରେ ଅଟକିବ ଟ୍ରେନ୍:

ଏହି ଟ୍ରେନ୍ ଲୋନାଭାଲା, କଲ୍ୟାଣ, ଭସାଇ ରୋଡ୍, ସୁରଟ, ଭାଦୋରା, ଅହମ୍ମଦାବାଦ, ମହେସାନା, ପଲାନପୁର, ଭିଲ୍ଡି, ଧାନେରା, ରାନୀୱାଡା, ମାରୱାର, ଭିନମଲ, ମୋଡ୍ରାନ୍, ଜାଲୋର, ମୋକାଲସର, ସମଦାରୀ ଏବଂ ଲୁନି ଷ୍ଟେସନରେ ଅଟକି ରହିବ। ଏହି ଟ୍ରେନ୍ ଗୁଡିକରେ ଗୋଟିଏ ଏସି-୨ଶ୍ରେଣୀ, ଚାରିଟି ଏସି-୩ଶ୍ରେଣୀ, ୧୧ ଟି ସ୍ଲିପର ଶ୍ରେଣୀ ଏବଂ ୬ ଟି ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ ଅଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: