୭ରୁ ଖୋଲିବ ସ୍କୁଲ ଓ କଲେଜ

୭ରୁ ଖୋଲିବ ସ୍କୁଲ ଓ କଲେଜ

ପ୍ରିଜିମ ନ୍ୟୁଜ ବ୍ୟୁରୋ : ସ୍କୁଲ ଓ କଲେଜ ଖୋଲିବା ନେଇ ଆସିଲା ନିଷ୍ପତ୍ତି। ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବ। ଫେବୃଆରୀ ୧୪ରୁ ଅଷ୍ଟମରୁ ଉପର ଶ୍ରେଣୀ ଓ କଲେଜ ଖୋଲିବା ସହ ଫେବୃଆରୀ ୭ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ରାଜ୍ୟରେ ଶିକ୍ଷାଦାନ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ବିଶେଷ କରି ଛୋଟ ପିଲାମାନେ ପ୍ରଥମ କ୍ଲାସରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଠ ଦୁଇ ବର୍ଷ ହେବ ପୁରାପୁରି ବନ୍ଦ ହୋଇଯାଇଛି। ଓମିକ୍ରନ ପାଇଁ ଗତ ଏକ ମାସ ଧରି ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମିଛି । ଏନେଇ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ହଷ୍ଟେଲ ଖୋଲିବ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତିା କୋଭିଡ କଟକଣା ସହ ପାଠ ପଢାହେବ । ଉଭୟ ଅନଲାଇନ ଓ ଅଫଲାଇନରେ ପିଲାମାନେ ପଢ଼ି ପାରିବେ। କଲେଜ , ଟେକ୍ନିକାଲ ଶିକ୍ଷାନୁଷ୍ଠାନ , ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: