ଅଜବ ଗାଁ: ପିଲାଠୁ ବୁଢ଼ା ସମସ୍ତେ ରୁହନ୍ତି ଉଲଗ୍ନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଅନେକ ଅଜବ ମାମଲା ଦେଖିବାକୁ ମିଳେ । କେଉଁଠି ବାହା ହେବା ପାଇଁ ଲୋକଙ୍କୁ ଲଣ୍ଡା ହେବାକୁ ପଡେ ତ ଆଉ କୋଉଁଠି ସବୁ ଗାଁ ଲୋକ ମାଟି ତଳେ ଘର କରି ରୁହନ୍ତି। ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଅଦ୍ଭୁତ ଗାଁ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଏହି ଗାଁ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏଠାକାର ଲୋକଙ୍କର ବେଶଭୂଷ ଓ ଚଳଣି । ଗାଁର ସମସ୍ତ ଲୋକ ବିନା ପୋଷାକରେ ବା ଉଲଗ୍ନ ହୋଇ ରହିଥାନ୍ତି। ଏହା ନୁହେଁ ଯେ, ସେମାନେ ସମସ୍ତେ ଗରିବ, ଅଶିକ୍ଷିତ କିମ୍ବା ପିନ୍ଧିବାକୁ ପୋଷାକ ନାହିଁ । ପ୍ରକୃତ କଥା ହେଉଛି ନିଜ ଗାଁରେ ରହିଥିବା ପୁରୁଣା ପରମ୍ପରା ବଜାୟ ରଖିବା ପାଇଁ ଗାଁର ଲୋକମାନେ ଏହିଭଳି ଉଲଗ୍ନ ହୋଇ ବୁଲି ଥାଆନ୍ତି। ଏହି ଗାଁଟି ବ୍ରିଟେନରେ ରହିଛି ଯେଉଁଠାରେ ଲୋକମାନେ ବର୍ଷ ବର୍ଷ ଧରି ବିନା ପୋଷାକରେ ରୁହନ୍ତି ଓ ସମସ୍ତ କାର୍ଯ୍ୟ ମଧ୍ୟ କରନ୍ତି। ଅତ୍ୟନ୍ତ ଧନୀ ହେବା ପରେ ମଧ୍ୟ ପରମ୍ପରା ଏବଂ ବିଶ୍ୱାସ କାରଣରୁ ସେମାନେ ଏହିପରି ଉଲଗ୍ନ ହୋଇ ଜୀବନ ଅତିବାହିତ କରୁଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟେନର ହର୍ଟଫୋର୍ଡଶାୟର(Hertfordshire)ର ସ୍ପିଲପ୍ଲାଟଜ୍(Spielplatz) ଗାଁରେ କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ପିଲାମାନେ ମଧ୍ୟ ବିନା ପୋଷାକରେ ରୁହନ୍ତି। ହର୍ଟଫୋର୍ଡଶାୟର ଗାଁ ବ୍ରିଟେନର ସର୍ବପୁରାତନ ଉପନିବେଶ ମଧ୍ୟରୁ ଅନ୍ୟତମ ଅଟେ। ଏଠାରେ କେବଳ ଭଲ ଘର ନୁହେଁ, ବିଳାସପୂର୍ଣ୍ଣ ସୁଇମିଂପୁଲ, ଲୋକଙ୍କ ଅୟସ ପାଇଁ ବିୟର ପାର୍ଲର ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି । ଗତ ୯୦ ବର୍ଷରୁ ଅଧିକ ଦିନ ଧରି ଲୋକମାନେ ଏଠାରେ ଏହିପରି ଉଲଗ୍ନ ହୋଇ ରହି ଆସୁଛନ୍ତି। ବିଶ୍ୱର ବିଭିନ୍ନ ଦେଶର ଲୋକମାନେ ଏହି ଗାଁ ଉପରେ ଅନେକ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିସାରିଛନ୍ତି। ତେବେ ଏଠାକୁ ପଡୋଶୀ ଗାଁର ଲୋକମାନେ, ପୋଷ୍ଟମ୍ୟାନ୍ ଏବଂ ସାମଗ୍ରୀ ଡେଲିଭରି ଲୋକ ଆସିଥାନ୍ତି । ଏହି ଗାଁର ନାମ ସ୍ପିଲପ୍ଲାଟଜ୍, ଯାହାର ଅର୍ଥ ଖେଳ ପଡିଆ। ତେବେ ଏହି ଗାଁର ଲୋକମାନଙ୍କ ମଧ୍ୟରୁ ଅନେକ ଶିକ୍ଷିତ ଅଛନ୍ତି। ଏଠାରେ ବିନା ପୋଷାକରେ ବୁଲିବା ଲଜ୍ୟା ନୁହେଁ ସମ୍ମାନର କଥା ହୋଇଥାଏ ବୋଲି ସେମାନେ କୁହନ୍ତି।

Leave a Reply

Your email address will not be published. Required fields are marked *