ଆଶ୍ଚର୍ଯ୍ୟ ! ମହିଳାଙ୍କୁ ୫୦ଥର ଅପହରଣ କଲେଣି ଏଲିଏନ୍

ଆଶ୍ଚର୍ଯ୍ୟ ! ମହିଳାଙ୍କୁ ୫୦ଥର ଅପହରଣ କଲେଣି ଏଲିଏନ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଏଲିଏନମାନଙ୍କ କଥା ଅନେକ ସିନେମାରେ ଦେଖି ଥିବେ । ଦୁନିଆରେ ଏଲିଏନ୍ ଅଛନ୍ତି କି ନାହିଁ ତାହା ମଧ୍ୟ କାହାକୁ ଜଣା ନାହିଁ। ଏନେଇ ଦୀର୍ଘ ଦିନ ଧରି ବିତର୍କ ଚାଲିଆସୁଛି। ବହୁ ସମୟରେ ଅନେକ ଲୋକ ଏଲିଏନ UFO ଦେଖିଥିବାର ଦାବି କରୁଥିଲେ ମଧ୍ୟ ଏହାର କୌଣସି ପ୍ରମାଣ ମିଳିପାରି ନାହିଁ । ଯଦିଓ କୌଣସି ପ୍ରମାଣ ମିଳୁଛି, ତାହାକୁ ଏଡିଟେଡ କିମ୍ବା ମିଥ୍ୟା ବୋଲି କୁହାଯାଏ । ବର୍ତ୍ତମାନ ବ୍ରିଟେନର ବ୍ରାଡଫୋର୍ଡରେ ରହୁଥିବା ୫୦ ବର୍ଷିୟ ମହିଳା ପାଲା ସ୍ମିଥ୍ ଦାବି କରିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ୫୦ ଅଧିକ ଥର ଏଲିଏନଙ୍କ ଦ୍ଵାରା ଅପହରଣ ହୋଇଛନ୍ତି । ପାଲା କହିଛନ୍ତି ଯେ ,ଏଲିଏନମାନେ ତାଙ୍କୁ UFOରେ ନେଇ ଅନ୍ୟ ଏକ ଦୁନିଆରେ ଯାତ୍ରା କରାଉଥିଲେ।

     ପାଲା ଆହୁରି ମଧ୍ୟ କହିଛନ୍ତି ଯେ, ପିଲାଦିନରୁ ଏଲିଏନମାନେ ତାଙ୍କୁ ଅପହରଣ କରିବା ଆରମ୍ଭ କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ୫୦ରୁ ଅଧିକ ଥର ଏହା ଘଟିଛି । ପାଲାଙ୍କ ପାଖରେ ମଧ୍ୟ ଏହାର ପ୍ରମାଣ ଅଛି। ସେ ତାଙ୍କ ଶରୀରରେ ରହିଥିବା ଅନେକ ଚିହ୍ନ ଦେଖାନ୍ତି । ସେ କହିଛନ୍ତି ଯେ, ଯେତେବେଳେ ବି ଏଲିଏନମାନେ ତାଙ୍କୁ ଅପହରଣ କରନ୍ତି, ସେମାନେ ତାଙ୍କ ଶରୀରରେ ଏକ ବିଶେଷ ଚିହ୍ନ ସୃଷ୍ଟି କରନ୍ତି। ଏଗୁଡ଼ିକ ହେଉଛି ଅନନ୍ୟ ଚିହ୍ନ, ଯାହାର ଏଲିଏନ ଜଗତରେ ବିଶେଷ ଅର୍ଥ ରହିଛି।

ପାଲାଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ଏଲିଏନମାନେ ତାଙ୍କୁ ୫୨ ଥର ଅପହରଣ କରିଛନ୍ତି। ତାଙ୍କୁ ଅପହରଣ କରାଯିବା ପୂର୍ବରୁ ଏଲିଏନମାନେ କୌଣସି ଚେତାବନୀ ଦିଅନ୍ତି ନାହିଁ। ତାଙ୍କ ପରିବାର ଲୋକ କହିଛନ୍ତି ଯେ, ପାଲା ହଠାତ୍ ଚାରିରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଘରୁ ଅଦୃଶ୍ୟ ହୋଇଯାନ୍ତି । ଏହା ପରେ ହଠାତ୍ ଆସି ପହଞ୍ଚନ୍ତି । ପାଲାଙ୍କ କହିବା ଅନୁଯାୟୀ, ଏହି ସମୟ ମଧ୍ୟରେ ସେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଦେଖାଉଥିବା ଏଲିଏନମାନଙ୍କ ସହିତ UFOରେ ରହିଥାନ୍ତି। ସେହି ସବୁ ଟେକ୍ନୋଲୋଜି ବର୍ତ୍ତମାନ ପୃଥିବୀରେ ନାହିଁ। ଅପହରଣ ପରେ ତାଙ୍କୁ ଅଜବ ଔଷଧ ଦିଆଯାଏ। ଏଥି ପାଇଁ ସେ ପଳାୟନ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୁଅନ୍ତି। ପାଲା ଏହି ସମୟରେ ବହୁତ ଦୁର୍ବଳ ହୋଇଯାନ୍ତି। ଏଲିଏନମାନେ ତାଙ୍କୁ ସମୁଦ୍ର ଏବଂ ଆକାଶର ରଙ୍ଗ ପରିବର୍ତ୍ତନ ଦେଖାନ୍ତି । ପାଲା ଏକ ପେଣ୍ଟିଂ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ ପ୍ରକୃତରେ ଯେଉଁ ଏଲିଏନମାନେ ତାଙ୍କୁ ଅପହରଣ କରୁଥିଲେ ସେ ଦେଖିବାକୁ କିପରି?  ଯେତେବେଳେ ପାଲା ତାଙ୍କ ଅନୁଭୂତି ଲୋକଙ୍କ ସହ ବାଣ୍ଟିଥିଲେ, ଅନେକ ଲୋକ ତାଙ୍କୁ ପାଗଳ ବୋଲି କହିଥିଲେ । କିନ୍ତୁ ପାଲା ଏଥିରେ କିଛି ବ୍ୟସ୍ତ ହୁଅନ୍ତି ନାହିଁ। ସେ କହିଛନ୍ତି ଯେ, ଆହୁରି ଅନେକ ଲୋକ ଥିବେ ଯେଉଁମାନେ ଏଲିଏନମାନଙ୍କୁ ଭେଟି ସାରିଛନ୍ତି। ସେମାନଙ୍କୁ ମଧ୍ୟ ଆଗକୁ ଆସିବା ଉଚିତ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: