ବ୍ରାଜିଲରେ କୋରୋନାର ଶିକାର ସର୍ବାଧିକ ଗର୍ଭବତୀ ମହିଳା

ବ୍ରାଜିଲରେ କୋରୋନାର ଶିକାର ସର୍ବାଧିକ ଗର୍ଭବତୀ ମହିଳା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୋରୋନା କହରର ପ୍ରଥମେ ଶିକାର ଥିଲେ ବୟସ୍କ । ମାତ୍ର ଦ୍ବିତୀୟ ଲହର ଏତେ ମାତ୍ରାରେ ଘାତକ ଯେ, ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି କାହାକୁ ବି ଛାଡୁନି । ବିଶେଷ କରି ଦ୍ବିତୀୟ ଲହରର ପ୍ରଭାବ ଅଧିକ ମାତ୍ରାରେ ଗର୍ଭବତୀଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛି । ବ୍ରାଜିଲରେ ସର୍ବାଧିକ ଗର୍ଭବତୀ ମହିଳା କରୋନାରେ ପ୍ରାଣ ହରାଉଛନ୍ତି ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି । କୁହାଯାଉଛି ମୃତକଙ୍କ ମଧ୍ୟରେ ରହିଛନ୍ତି ୪୦, ୩୦ ଏବଂ ୨୦ ବର୍ଷର ଅନେକ ଗର୍ଭବତୀ ମହିଳା ।
ବ୍ରାଜିଲରେ ଗର୍ଭବତୀଙ୍କ ମୃତ୍ୟୁର ପଛର ମୁଖ୍ୟ କାରଣ ହେଉଛି ‘ଆମାଜୋନିଆନ୍ ଭେରିଏଣ୍ଟ୍’ (Amazonian variant) ବୋଲି ଜଣାପଡିଛି। ‘ଆମାଜୋନିଆନ୍ ଭେରିଏଣ୍ଟ୍’ ମିଳିବା ପରଠାରୁ ଏଠାରେ କ୍ରମାଗତ ଭାବେ ଗର୍ଭବତୀ ମହିଳାମାନଙ୍କ ଜୀବନ ଯାଉଛି । କରୋନାର ଏହି ତାଣ୍ଡବରେ ଅନେକ ନବଜାତ ଶିଶୁ ଅନାଥ ହୋଇଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଚାରି ମାସରେ ୫୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି । ଯାହା ଗତ ବର୍ଷ ମୃତ୍ୟୁ ସଂଖ୍ୟା ତୁଳନାରେ ବହୁତ ଅଧିକ।
ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ଉପରେ ଅଧ୍ୟୟନ କରୁଥିବା ଏକ ଗୋଷ୍ଠୀ ଅନୁଯାୟୀ, ପୂର୍ବ ବର୍ଷର ଶେଷ ୯ ମାସରେ ଯେତେକି ମୃତ୍ୟୁ ହୋଇନଥିଲା ତାହା ଏହି ୪ ମାସରେ ହୋଇଛି । ବ୍ରାଉନ୍ ୟୁନିଭରସିଟିର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବ୍ରାଜିଲରେ ଗର୍ଭବତୀ ମହିଳାଙ୍କ ଦେଖାଶୁଣା ପାଇଁ ଉତ୍ତମ ବ୍ୟବସ୍ଥା ନାହିଁ । କରୋନା କାଳରେ ନୂତନ ‘ଆମାଜୋନିଆନ୍ ଭେରିଏଣ୍ଟ୍’ ମିଳିବା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ପ୍ରଥମରୁ ହିଁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଏହି ମହାମାରୀକୁ ଅଧିକ ପ୍ରଭାବଶାଳୀ କରିଦେଇଛି । ଯାହାର ପରିଣାମ ସ୍ବରୂପ ମା’ ହେବାକୁ ଯାଉଥିବା ମହିଳାଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଉଛି। କରୋନା ମହାମାରୀର ଏହି ପ୍ରକାର ଭେରିଏଣ୍ଟର ପ୍ରଭାବ ବର୍ତ୍ତମାନ କ୍ରମାଗତ ଭାବେ ବୃଦ୍ଧି ପାଉଥିବାର ଦେଖା ଯାଉଛି। ଏହି ପ୍ରକାରର ମାମଲା କେବଳ ବ୍ରାଜିଲ ନୁହେଁ ଲାଟିନ୍ ଆମେରିକାର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି । ଏହାର ପରିଣାମ ସ୍ବରୂପ, ଭାରତ ଏବଂ ଆମେରିକା ଭଳି ବ୍ରାଜିଲରେ ମଧ୍ୟ ଅମ୍ଳଜାନର ଅଭାବ ଦେଖିବାକୁ ମିଳିଛି । କେତେକ ଘଟଣାରେ ଗର୍ଭବତୀ ମହିଳାମାନଙ୍କ ଠାରେ ପ୍ରସବ ପୂର୍ବରୁ ଶରୀରରେ ଅମ୍ଳଜାନର ଅଭାବ ଦେଖାଯାଉଠିବା ବେଳେ ଆଉ କେତେକ କ୍ଷେତ୍ରରେ ପ୍ରସବ ପରେ ମଧ୍ୟ ଅମ୍ଳଜାନ ଅଭାବ ଦେଖାଯାଉଛି । ତେବେ ଏହି ଘଟଣା ବିଶ୍ବାବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: