ଜୋର୍ଡାନଙ୍କ ଜର୍ସି ବିକ୍ରି ହେଲା ଏତିକି ଟଙ୍କାରେ

ଜୋର୍ଡାନଙ୍କ ଜର୍ସି ବିକ୍ରି ହେଲା ଏତିକି ଟଙ୍କାରେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୂର୍ବତନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କ ପୁରୁଣା ଜର୍ସି ନିଲାମ କରାଯାଇଛି । ୩୯ ବର୍ଷ ତଳର ଏହି ଜର୍ସି ୧୦ କୋଟି ଟଙ୍କାରେ ନିଲାମ କରାଯାଇଛି। ୧୯୮୨ରେ ୟୁନିଭରସିଟି ଅଫ ନର୍ଥ କ୍ୟାରୋଲିନା ପକ୍ଷରୁ ଜୋର୍ଡାନ ଏହି ଜର୍ସି ପିନ୍ଧି ଖେଳୁଥିଲେ । ୫୮ ବର୍ଷୀୟ ଏହି ମହାନ ଖେଳାଳି ତାଙ୍କ କ୍ୟାରିୟରରେ ୧୯୯୩, ୧୯୯୮ ଓ ୨୦୦୩ରେ ୩ ଥର ଅବସର ଘୋଷଣା କରିଛନ୍ତି । ପୂର୍ବରୁ ଚିକାଗୋରେ ବୁଲ୍ସ ଟିମର ଜର୍ସି ୩.୫ କୋଟିରେ ନିଲାମ ହୋଇଥିଲା । ବିଶ୍ୱରେ ଜୋର୍ଡାନଙ୍କ ଏବେ ବି ଅନେକ ପ୍ରଶଂସକ ଅଛନ୍ତି, ତାହା ଏହି ନିଲାମରୁ ଜଣାପଡ଼ିଲା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: