‘ ୩ ଖଣ୍ଡ ହୋଇଯିବ ପାକିସ୍ତାନ’

‘ ୩ ଖଣ୍ଡ ହୋଇଯିବ ପାକିସ୍ତାନ’

ପ୍ରିଜମ ନ୍ୟୁଜ ବ୍ୟୁରୋ:ପାକିସ୍ତାନକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ କହିଛନ୍ତି ତିନି ଭାଗ ହୋଇଯିବ ପାକିସ୍ତାନ। ଏହାସହ ସେ କହିଛନ୍ତି ପାକିସ୍ତାନ ଗଣତନ୍ତ୍ର ଏବେ ବିପନ୍ନ ହୋଇଯାଇଛି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ନହେଲେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯିବ । ଏଥିପାଇଁ ଦେଶ ୩ ଭାଗ ହୋଇଯିବ ଇମ୍ରାନ ଖାନ୍‌ କହିଛନ୍ତି ।

ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି, ପାକିସ୍ତାନ ଅତି ଜଟିଳ ସମୟ ଦେଇ ଗତି କରୁଛି । ଏହାର ପ୍ରତିକାର ପାଇଁ ପଦକ୍ଷେପ ନନେଲେ ଦେଶ ତିନି ଖଣ୍ଡ ହୋଇଯିବ । ଭାରତ ଏବେ ବଲୁଚିସ୍ତାନକୁ ଅଲଗା କରିବା ପାଇଁ ଯୋଜନା କରୁଛି । ଏହାକୁ ରୋକିବା ପାଇଁ ପାକିସ୍ତାନର କୌଣସି ଯୋଜନା ନାହିଁ । ପାକିସ୍ତାନ ସଠିକ୍‌ ନିଷ୍ପତ୍ତି ନନେଲେ ଏହାର ପରମାଣୁ ବୋମା ମଧ୍ୟ ହାତରୁ ଚାଲିଯିବ । ଏବଂ ୟୁକ୍ରେନ ଭଳି ଦଶା ଭୋଗିବାକୁ ହେବ ବୋଲି କହିଛନ୍ତି। ତେବେ ତାଙ୍କର ଏହି ବୟାନ ବହୁତ୍ ଭାରିପଡ଼ି ପାରେ। ବର୍ତ୍ତମାନର ପାକିସ୍ତାନ ପ୍ରଧାମନ୍ତ୍ରୀ ସହବାଜ ସରିଫ କହିଛନ୍ତି ଯେ, ଇମ୍ରାନ ସର୍ବସାଧାରଣ ପଦ ପାଇଁ ଯୋଗ୍ୟ ନୁହନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: