୬୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ ବୁଷ୍ଟର ଡୋଜ୍

୬୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ ବୁଷ୍ଟର ଡୋଜ୍

ପ୍ରିଜମ ନ୍ୟୁଜ ବ୍ୟୁରୋ:ସମସ୍ତ ସାବାଳକଙ୍କୁ ରବିବାରଠାରୁ ବୁଷ୍ଟର ଡୋଜ୍ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅା (ଏସ୍ଅାଇଅାଇ)ର ସିଇଓ ଅଦାର ପୁନାଓ୍ବାଲା ଏହାକୁ ସ୍ବାଗତ କରିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଭିନ୍ନ ଦେଶରେ ତୃତୀୟ ଡୋଜ୍ ବାଧ୍ୟତାମୂଳକ କରାଯାଇଥିବାରୁ ବିଦେଶ ଯିବାକୁ ଚାହୁଁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଧିକାଂଶ ସାବାଳକଙ୍କ ପାଇଁ ବୁଷ୍ଟର ଡୋଜ୍ ମାଗଣା ଉପଲବ୍ଧ ହେବନାହିଁ। କୋଭିଶିଲ୍ଡର ବୁଷ୍ଟର ଡୋଜ୍ ପାଇଁ ୬୦୦ ଟଙ୍କା ସହ ଟିକସ ଦେବାକୁ ପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ସେହିପରି କୋଭୋଭାକ୍ସକୁ ମଞ୍ଜୁରୀ ମିଳିବା ପରେ ଏହା ୯୦୦ ଟଙ୍କା ସହ ଟିକସରେ ବଜାରରେ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ହସ୍ପିଟାଲ ଏବଂ ଡିଷ୍ଟ୍ରିବୁ୍ୟଟରମାନଙ୍କୁ ରିହାତି ଦରରେ ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ବୁଷ୍ଟର ଡୋଜ୍ ଯୋଗାଇବ ବୋଲି ପୁନାଓ୍ବାଲା କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: