ଗୋଚର ଜମି ପାଇଁ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ୨୦ ବୋମାମାଡ଼ରେ ଜଳିଗଲା ୩୦ ଘର

ଗୋଚର ଜମି ପାଇଁ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ୨୦ ବୋମାମାଡ଼ରେ ଜଳିଗଲା ୩୦ ଘର

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସାତପଡା ନାଥପୁରରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ରବିବାର ଅପରାହ୍ନରେ ବୋମାମାଡ ହୋଇଥିଲା । ଜମିଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା ବେଳେ ଆଜି ଗୋଟିଏ ଗୋଷ୍ଠୀ ପକ୍ଷରୁ ସିରିଜ୍ ବୋମାମାଡ କରାଯାଇଛି । ନାଥପୁର ଗୋଚର ଜମି ଅକ୍ତିଆରକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।ତେବେ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟ ସାହିର ଲୋକମାନ ବୈଠକ କରିଥିଲେ । ଉକ୍ତ ବୈଠକରେ କଥା କଟାକଟି ପରେ ବୋମା ମାଡ କରିଥିଲେ କିଛି ବ୍ୟକ୍ତି ।ଆଜି ଏକା ଥରକେ ୨୦ରୁ ଉଦ୍ଧ୍ୱର୍ ବୋମାମଡ କରାଯାଇଥିବା ବେଳେ ଏଥିରେ ୩ ଜଣ ଅତି ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଏହା ସହିତ ଘନଘନ ବୋମାମାଡ ହେବା ଫଳରେ ଗାଁର ପ୍ରାୟ ୩୦ଟି ଘରେ ନିଆଁ ଲାଗି ପୋଡିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: