ମାତ୍ର ୨୩ ବର୍ଷରେ କ୍ରିକେଟ୍ ଟିମ୍, ଆଗକୁ ୧୦୫ ଛୁଆର ମା’ ହେବାକୁ ସ୍ବପ୍ନ ଦେଖୁଛନ୍ତି ଏହି ମହିଳା…

ମାତ୍ର ୨୩ ବର୍ଷରେ କ୍ରିକେଟ୍ ଟିମ୍, ଆଗକୁ ୧୦୫ ଛୁଆର ମା’ ହେବାକୁ ସ୍ବପ୍ନ ଦେଖୁଛନ୍ତି ଏହି ମହିଳା…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ ମହାଭାରତରେ କୌରବ ୧୦୦ ଭାଇ ଥିଲେ । ପୁରାତନ କାଳର ଲୋକେ ୧୦ରୁ ୧୧ ଛୁଆଁ ଜନ୍ମ କରୁଥିଲେ । କିନ୍ତୁ ଆଜି ଯୁଗ ବଦଳି ଯାଇଛି। ପରିବର୍ତ୍ତିତ ସମୟକୁ ଦୃଷ୍ଟିରେ ରଖି ସରକାରଙ୍କ ସହ ଲୋକଙ୍କ ମାନସିକତା ମଧ୍ୟ ବଦଳିଛି । ବର୍ତ୍ତମାନ କେବଳ ଗୋଟିଏ କିମ୍ବା ଦୁଇଟି ପିଲା କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ତଥାପି ଏହି ଯୁଗରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଅଧିକରୁ ଅଧିକ ସନ୍ତାନ ପାଇବାକୁ ଇଚ୍ଛା କରନ୍ତି | ସେମିତି ଜଣେ ମହିଳା ହେଉଛନ୍ତି ଋଷରେ ରହୁଥିବା କ୍ରିଷ୍ଟିନା ଓଜଟାର୍କଙ୍କ । ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିବା ବେଳେ ସେ ୧୧ଟି ସନ୍ତାନର ମାଆ ହୋଇପାରିଛନ୍ତି । ତେବେ ସେ ଗୋଟିଏ ସନ୍ତାନ ଜନ୍ମ ଦେଇଥିବା ବେଳେ ଅନ୍ୟ ସମସ୍ତ ପିଲାମାନେ ସରୋଗେସି ଦ୍ଵାରା ହୋଇଛନ୍ତି। ଲୋକମାନେ ତାଙ୍କର ଏହି ୧୧ ପିଲାଙ୍କ ନାମ ଫୁଟବଲ୍ ଟିମ୍ ଦେଇଛନ୍ତି।


୨୩ ବର୍ଷୀୟ କ୍ରିଷ୍ଟିନା ପିଲାମାନଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ସେ ଏତେ କମ୍ ବୟସରେ ୧୧ ପିଲାଙ୍କୁ ପାଳିଛନ୍ତି। କେବଳ ସେତିକିରେ ତାଙ୍କ ଇଚ୍ଛା ସରିନି, ସେ ଭବିଷ୍ୟତରେ ମଧ୍ୟ ଅନେକ ପିଲାଙ୍କ ମା’ ହେବାକୁ ଆଶା ରଖିଛନ୍ତି। କ୍ରିଷ୍ଟିନା କହିଛନ୍ତି ଯେ ମୁଁ ୬ ବର୍ଷ ପୂର୍ବରୁ ଏକ ଝିଅକୁ ଜନ୍ମ ଦେଇଥିଲି। ସେବେ ଠାରୁ ମୁଁ ଏହି ପିଲାମାନଙ୍କୁ ଜନ୍ମ ଦେଇ ନାହିଁ ଏବଂ ସରୋଗେସି ସାହାଯ୍ୟରେ ଆମେ ଅନ୍ୟ ସମସ୍ତ ପିଲାମାନଙ୍କୁ ଜନ୍ମ ଦେଇଛୁ।
୨୩ ବର୍ଷିୟ କ୍ରିଷ୍ଟିନାଙ୍କ କୋଟିପତି ବ୍ୟବସାୟୀ ସ୍ୱାମୀ ଗାଲିପଙ୍କ ବୟସ ୫୬ ବର୍ଷ ହୋଇଥିବା ବେଳେ ସେ ତାଙ୍କଠାରୁ ୩୩ ବର୍ଷ ସାନ। କ୍ରିଷ୍ଟିନା କହିଛନ୍ତି ଯେ, ସେ ପିଲାମାନଙ୍କୁ ଏତେ ଭଲ ପାଆନ୍ତି ଯେ ସେ ସର୍ବଦା ମାଆ ହେବାକୁ ଚାହାନ୍ତି। ସେ ୧୦୫ ସନ୍ତାନର ମାଆ ହେବାକୁ ଇଚ୍ଛା କରିଛନ୍ତି। ସେଥିପାଇଁ ସେ ସରୋଗେସି ମା’ର ସାହାଯ୍ୟ ନେଉଛନ୍ତି, ସେ ତାଙ୍କ ସ୍ୱପ୍ନ ପୁରଣ କରିକି ହିଁ ରହିବେ। କ୍ରିଷ୍ଟିନାଙ୍କ ସ୍ୱାମୀ କହିଛନ୍ତି ଯେ. ସେ ମଧ୍ୟ ତାଙ୍କ ସ୍ତ୍ରୀଙ୍କର ସେହି ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି। ତାଙ୍କ ପାଖରେ ଟଙ୍କାର ଅଭାବ ନାହିଁ, ଯଦି କ୍ରିଷ୍ଟିନା ଚାହାନ୍ତି, ତେବେ ସେ ଆଠ ଲକ୍ଷ ଟଙ୍କା ଦେଇ ସରୋଗେସି ମା’ଙ୍କ ଠାରୁ ୧୦୫ଟି ପିଲା ପାଇପାରିବେ।
ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ, ସେମାନେ ୧୦୫ ପିଲା ଚାହୁଁଛନ୍ତି। ଆମେ ପିଲାମାନଙ୍କ ସଂଖ୍ୟା ବିଷୟରେ ସମ୍ପୂର୍ଣ୍ଣ ଭାବେ ଆଶ୍ବସ୍ତ ନୁହଁ, କିନ୍ତୁ ଏହା ନିଶ୍ଚିତ ଯେ ଆମେ ୧୧ ସନ୍ତନରେ ଅଟକିବୁ ନାହିଁ। ଆମେ ଫାଇନାଲ ସଂଖ୍ୟା ଉପରେ ନିଷ୍ପତ୍ତି ନେଇ ପାରିନାହୁଁ।
କ୍ରିଷ୍ଟିନାଙ୍କ ପରିବାର ଜର୍ଜିଆର ବାଟୁମିରେ ରୁହନ୍ତି। କ୍ରିଷ୍ଟିନା କହିଛନ୍ତି ଯେ ବାଟୁମିରେ ସେହି କ୍ଲିନିକ୍ ରହିଛି ଯେଉଁଠାକୁ ଆମେ ସରୋଗେସି ପାଇଁ ଯାଉଛୁ, ସେମାନେ ହିଁ ଆମ ପାଇଁ ସରୋଗେଟ୍ ମହିଳା ଚୟନ କରନ୍ତି। ଏହି ସମଗ୍ର ପ୍ରକ୍ରିୟା ପାଇଁ ସେମାନେ ଦାୟୀ । ଆମେ ଏହି ସରୋଗେଟ୍ ମହିଳାମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରୁ ନାହୁଁ କିମ୍ବା ସେମାନଙ୍କ ସହିତ ଆମର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: