‘ଇଦ୍’ରେ ଘାଇଲା କଲେ ବଲିଉଡ୍ ହିରୋଇନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୧ର ଇଦ୍ କରୋନା ପାଇଁ ଫିକା ପଡ଼ିଥିଲେ ମଧ୍ୟ ବଲିଉଡ୍ ହିରୋଇନମାନେ ସେମାନଙ୍କ ସୁନ୍ଦର ପୋଷାକ ଆଉ ଆଉଟ୍ ଫିଟ୍ ପାଇଁ ଇଣ୍ଟରନେଟରେ ନିଆଁ ଲଗେଇ ଦେଇଥିଲେ। ଇଦ୍ ଅବସରରେ ସାରା ଅଲି ଖାନ ଏକ କଟନ କୋ-ଅର୍ଡ ସେଟରେ ବେଶ ଆକର୍ଷଣୀୟ ଦେଖାଯାଇଥିବା ବେଳେ ହୁମା କୁରେଶି ଚୁରିଦାରରେ ଦର୍ଶକଙ୍କ ମନ ମୋହି ନେଇଥିଲେ। ସେହିଭଳି ସାରା ଅଲି ଖାନ ହାଲକା ରଙ୍ଗର ଜରି କାମ ହୋଇଥିବା ଚକମକ ପୋଷାକ ପିନ୍ଧି ଝଲସି ଉଠିଥିଲେ।
ଚୁମୁକି ଲଗା ଲାଲ୍ ପୋଷାକରେ ହିନା ଖାନ୍ ସେକ୍ସି ଦେଖାଯାଉଥି ବାବେଲେ ଆମ୍‌ନା ସରିଫ ଫ୍ଲୋରାଲ ସୁଟରେ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଇଥିଲେ। ଏହାସହ ଚିକାନକରୀ ସୁଟରେ ଜରିନ୍ ଖାନ୍ ଏକ ଆଉଟ୍ ସ୍ତାଣ୍ଡିଂ ଲକ୍ ଦେଇଥିଲେ। ଏମ୍ବ୍ରଡୋରି ଶାରାରେ ନିକ୍କି ତାମ୍ବୋଲି ଇଦ୍ ଅବସରରେ ସେନସେସନ୍ ବନିଛନ୍ତି। ହିମାଂଶୀ ଖୁରାନା ଏକ ବାଇଗଣୀ ଫ୍ଲୋରର ସୁଟରେ ନିଜର ସୁନ୍ଦରତ ବଜାୟ ରଖିଛନ୍ତି। କିଶୱର ମର୍ଚାଣ୍ଟ ଏକ ସୂତା ମ୍ୟାକ୍ସି ଡ୍ରେସରେ ମଧ୍ୟ ବେଶ ଆକର୍ଷଣୀୟ ଦେଖା ଯାଇଛନ୍ତି।

Leave a Reply

Your email address will not be published. Required fields are marked *