ମଇଁଷିର ଇଣ୍ଟରଭ୍ୟୁ ନେଲେ ରିପୋର୍ଟର, ଚର୍ଚ୍ଚାରେ ପାକିସ୍ତାନୀ ଗଣମାଧ୍ୟମ

ମଇଁଷିର ଇଣ୍ଟରଭ୍ୟୁ ନେଲେ ରିପୋର୍ଟର, ଚର୍ଚ୍ଚାରେ ପାକିସ୍ତାନୀ ଗଣମାଧ୍ୟମ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାକିସ୍ତାନୀ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ବୋକାମିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଥର ମଜାକ ଉଡ଼ିଥାଏ। ତେବେ ଏବେ ମଧ୍ୟ ପାକିସ୍ତାନୀ ସାମ୍ବାଦିକଙ୍କର ଏକ ମୂର୍ଖାମୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାମ୍ବାଦିକ ଜଣକ ଏକ ମଇଁଷିର ସାକ୍ଷାତକାର ନେଉଥିବାର ଦେଖିବାକୁ ମିଳିଛି।

ନାଇଲା ଇନାୟତ ନାମକ ଜଣେ ସାମ୍ବାଦିକ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡ଼ିଓ ସେୟାର କରିବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଭିଡିଓ ପୋଷ୍ଟ କରିବା ସହ ସେ କ୍ୟାପସନରେ ଲେଖାଥିଲେ ଯେ, ‘ ଆମିନ ହାଫିଜଙ୍କ ଗୋରୁଙ୍କ ସାକ୍ଷାତକାର ବିନା ବର୍ତ୍ତମାନ ଇଦର ମଜା ବି କ’ଣ। ଏହି ମଜାଦାର ଭିଡିଓରେ ପାକିସ୍ତାନୀ ସାମ୍ବାଦିକ ଅମିନ ହାଫିଜ ରାଜଧାନୀ ଲାହୋରରେ ପହଞ୍ଚିବା ପରେ ଏଠାକୁ ଆସି କିପରି ଅନୁଭବ କରୁଛି ବୋଲି ମଇଁଷିକୁ ପ୍ରଶ୍ନ କରୁଥିବାର ଦେଖାଯାଇଛି।

ଏହି ୨୮ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ହାଫିଜ ପଚାରିଛନ୍ତି, ” ଲାହୋର ଆପଣଙ୍କୁ କିପରି ଲାଗିଲା?, ଲାହୋରର ଖାଇବା ଭଲ ଲାଗୁଛି ନା ତୁମ ଗାଁର ଖାଇବା “। ମଇଁଷି ସାମ୍ବାଦିକଙ୍କ ଉତ୍ତର ଦେବା ଉଦ୍ଦେଶ୍ୟରେ ବୋବାଉଛି। ମଇଁଷିର ଉତ୍ତର ଶୁଣି ସମସ୍ତେ ଖୁସି ହୋଇଥିଲେ। ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ସମଗ୍ର ଭିଡିଓରେ, ସାମ୍ବାଦିକ ମଇଁଷି ମୁଣ୍ଡକୁ ଥାପୁଡେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଭିଡ଼ିଓର ବ୍ୟକଗ୍ରାଉଣ୍ଡରେ ଲୋକମାନେ ବହୁତ ହସୁଥିବାର ଶୁଣିବାକୁ ମିଳୁଛି। ଭିଡିଓଟିକୁ ଏବେ ପର୍ଯ୍ୟନ୍ତ୮.୨ ହଜାରରୁ ଅଧିକ ଥର ଦେଖା ହୋଇଛି। ଶହ ଶହ ଲାଇକ୍ ଏବଂ ରିଟ୍ୱିଟ ବ୍ୟତୀତ ଉପଭୋକ୍ତାମାନେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓ ଦେଖି କେହି କେହି ସକାରାତ୍ମକ କମେଣ୍ଟ ଦେଇ ଥିବା ବେଳେ ପୁଣି କେହି ସାମ୍ବାଦିକଙ୍କୁ ମନଭରି ଗାଳି ଦେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: