‘ବିନା ବର୍ଷାରେ ଦିଶିବନି ଇନ୍ଦ୍ରଧନୁ’, କାହିଁକି କହିଲେ ଅନନ୍ୟା ?

ପ୍ରିଜମ ନ୍ୟୁଜ ବ୍ୟୁରୋ:ବଲିଉଡ ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେଙ୍କ ନାଁ ଡ୍ରଗ୍ସ ମାମଲାରେ ଯୋଡି ହେବାସହ NCBଠୁ ସମନ ଜାରି ହେବା ପରେ ଗତ କିଛିଦିନ ହେବ ସେ ସୋସିଆଲ ମିଡିଆରୁ ଉଭେଇ ଯାଇଥିଲେ । ଏମିତିକି ସେ ତାଙ୍କ ଜନ୍ମଦିନ ବି ପାଳନ କରି ନଥିଲେ ବୋଲି କୁହାଯାଉଥିଲା । କିନ୍ତୁ ଏବେ ପୁଣିଥରେ ଅନନ୍ୟା ସୋସିଆଲ ମିଡିଆକୁ ଫେରିଛନ୍ତି । ନିକଟରେ ସେ କିଛି ଫଟୋ ଓ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଳିଛି । ସେ ଏକ ଭିଡିଓ ସେୟାର କରି କ୍ୟାପଶନରେ ବହୁତ କିଛି କହିବାକୁ ଚେଷ୍ଟା କରିଛନ୍ତି । ଅନନ୍ୟା ସେୟାର କରିଥିବା ଭିଡ଼ିଓ କ୍ୟାପଶନରେ ଲେଖିଛନ୍ତି ବିନା ବର୍ଷାରେ ଆପଣଙ୍କୁ ଇନ୍ଦ୍ରଧନୁ ଦେଖାଯିବ ନାହିଁ । ତେବେ ଅନନ୍ୟା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି। ଏହା ସହ ଏହି ଭିଡ଼ିଓରେ ଅନେକ ସେଲିବ୍ରିଟି ନିଜର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଥିବାର ଦେଖିବାକୁ ମିଳିଛି । ଏନସିବି ଅନନ୍ୟା ଡ୍ରଗ୍ସ କେସ ସହ ଜଡ଼ିତ କୌଣସି ଠୋସ ପ୍ରମାଣ ପାଇନାହିଁ, ଯେଉଁଥି ପାଇଁ ଅଭିନେତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । କହିବାକୁ ଗଲେ ଅନନ୍ୟାଙ୍କୁ ଏହି ମାମଲାରେ ଏକପ୍ରକାର କ୍ଲିନ୍ ଚିଟ ମିଳିସାରିଛି। ବର୍ତ୍ତମାନ, ଅନନ୍ୟା ତାଙ୍କ କାମକୁ ନେଇ ବ୍ୟସ୍ତ ଅଛନ୍ତି । ସେ ବର୍ତ୍ତମାନ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତେବେ ଡ୍ରଗ୍ସ ମାମଲା ସହ କନେକଶନକୁ ଏଡାଇବା ସହ ପୁଣିଥରେ ସୋସିଆଲ ମିଡ଼ିଆ ଦ୍ଵାରା ଲାଇମ ଲାଇଟକୁ ଆସି ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଅନନ୍ୟା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *