
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି କେନ୍ଦୁଝରବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ 11ଟା 30 ମିନିଟ ସମୟରେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଡ ବାଣ୍ଟିବେ ।
ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଆରମ୍ଭ କରିବା ନେଇ ମୁଁ ବହୁତ ଉତ୍ସାହିତ ବୋଲି ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାକୁ ଯାଉଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।
କେନ୍ଦୁଝରବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଆରମ୍ଭ କରିବା ନେଇ ମୁଁ ବହୁତ ଉତ୍ସାହିତ। ଏଥିସହ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାକୁ ଯାଉଛି। #SusthaOdisha#BijuSwasthyaKalyanYojana #BSKY pic.twitter.com/v4nLfXeWus
— Naveen Patnaik (@Naveen_Odisha) November 18, 2021
ରାଜ୍ୟର ଅଧିକାଂଶ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଲାଭାର୍ଥୀଙ୍କୁ ଏହି କାର୍ଡ ବଣ୍ଟନ କରିସାରିଛନ୍ତି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମମାନ ଜାରି ରହିବ ।
0 Comments