ଖବରକାଗଜ ହକରଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା

ଖବରକାଗଜ ହକରଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଖବରକାଗଜ ହକରମାନଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଗଲା ୬ହଜାର ଲେଖାଏଁ ଟଙ୍କା।ଆଜି ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ହକର୍‌ ମାନଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମଧ୍ୟମରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ଓ କଟକରେ ରହିଥିବା ଖବରକାଗଜ ହକରଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ସହିତ ସ୍ୱଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟସରକାର ଘୋଷଣା କରିଥିଲେ। ଦୁର୍ଘଟଣା ଯୋଗୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ହକର୍ ମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ମିଳିବ । ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ମିଳିବ। କୋଭିଡ୍ ଯୋଗୁ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଞ୍ଜୀକୃତ ଖବର କାଗଜ ହକର୍ ମାନଙ୍କୁ ଦୁଇଟି ସ୍ୱତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଥିବା ହକରମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: