ସରି ସରି ଆସୁଛି ବିରାଟଙ୍କ ଦବଦବା! ରୋହିତଙ୍କ ଉପରେ ବଢୁଛି BCCIର ଭରସା

ସରି ସରି ଆସୁଛି ବିରାଟଙ୍କ ଦବଦବା! ରୋହିତଙ୍କ ଉପରେ ବଢୁଛି BCCIର ଭରସା

ଭରସାପ୍ରିଜମ ନ୍ୟୁଜ ବ୍ୟୁରୋ:ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବୁଧବାର ଟେଷ୍ଟ ଦଳର ଘୋଷଣା ସହିତ ଦୁଇଟି ବଡ ଘୋଷଣା କରିଛି। ପ୍ରଥମରେ ବିସିସିଆଇ ବିରାଟ କୋହଲିଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦାୟିତ୍ଵ ଦେଇଛି। ଦ୍ଵିତୀୟ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହାର ସିଧା ବାର୍ତ୍ତା ଏହା ଯେ, ଦଳରେ ଏବେ ବିରାଟ କୋହଲିଙ୍କ ପତିଆରା କମ ହୋଇଛି ଏବଂ କ୍ଷମତା ସଙ୍କୁଚିତ ହୋଇ ଯାଇଛି। କୋହଲି ଏହା ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ଛାଡି ସାରିଛନ୍ତି। ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ କୋହଲିଙ୍କୁ ସ୍ଵେଚ୍ଛାକୃତ ଭାବେ ଦିନିକିଆ ଦଳର ଅଧିନାୟକ ପଦ ଛାଡିବାକୁ ୪୮ ଘଣ୍ଟା ସମୟ ଦେଇଥିଲା। ମାତ୍ର କୋହଲି ଅଧିନାୟକ ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ। ଫଳରେ ବିସିସିଆଇ କୋହଲିଙ୍କୁ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି।ଏବେ ରୋହିତ ଶର୍ମା ତିନି ଫର୍ମାଟ୍‌ରେ ବଡ ଭୂମିକାରେ ନଜର ଆସିବେ। ସେ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକତ୍ଵ କରିବା ସହ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: