ପଦ୍ମପୁରରେ ବିଜେଡିକୁ ବଡ ବିଜୟ

ପଦ୍ମପୁରରେ ବିଜେଡିକୁ ବଡ ବିଜୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ମିଳିଛି ବୃହତ ବିଜୟ । ନିଜର ଗଡ ବଜାୟ ରଖିଛି ବିଜେଡି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବଡ ବ୍ୟବଧାନରେ ଜିତି ଛନ୍ତି । ୪୨୬୭୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା । ସନ୍ଧ୍ୟାରେ ନିର୍ବାଚନୀ ଫଳାଫଳ ବିଧିବଦ୍ଧ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ସର୍ବାଧିକ ଏକ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ମିଳିଛି । ପ୍ରଦୀପ ପୁରୋହିତ ୭୮୧୨୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୫୯୪ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏଥିରେ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛି ବିଜେଡି। ଏହି ନିର୍ବାଚନ ବିଜେଡି ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଥିଲା। କାରଣ ବିଜେଡି ଲଗାତାର କୌଣସି ଦୁଇଟି ଉପ ନିର୍ବାଚନ ହରିବାର ନଜିର ନାହିଁ । ତେବେ ବିରୋଧୀଙ୍କ ରଣ ନୀତିକୁ ଚିତ୍ କରି ଦେଇଛି ବିଜେଡି। ବର୍ଷାଙ୍କ ବିପୁଳ ବିଜୟ ପରେ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଉତ୍ସବ ପାଳନ କରୁଛନ୍ତି କର୍ମୀ। ତେବେ ନବୀନଙ୍କ କ୍ରେଜ ଆଗରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ମଧ୍ୟ ଫିକା ପକାଇଦେଇଛି ଏହି ନିର୍ବାଚନରୁ ସ୍ପଷ୍ଟ ହୋଇଛି। ଗତ ୫ ତାରିଖରେ ମତଦାନ ଗ୍ରହଣ ହୋଇଥିବା ବେଳେ ୧୦ ଜଣ ପ୍ରାର୍ଥୀ ନିର୍ବାଚନୀ ଲଢ଼ିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: