ବିଶ୍ୱରଞ୍ଜନ ଦାଶଙ୍କ ‘ଅମଡ଼ା ବାଟ’

କବିତା- ଅମଡ଼ା ବାଟ

ବିଶ୍ୱରଞ୍ଜନ ଦାଶ

ମେଞ୍ଚାଏ ବିଶ୍ୱାସକୁ
ଫୁଲଦାନୀର ଫୁଲ ପରି ସଜେଇ
କାହାକୁ ଭେଟି ଦେବାର
ସାହସ ଆଉ କାହିଁ !
ଖାଲି ଜଗିଛି
ସମ୍ବାଳୁଆ ପ୍ରଜାପତି କେବେ ।

ସୁନା କଳସି ଭଳି କାହା ମୁଣ୍ଡରେ
ନା ଉତୁରେ ପ୍ରେମ, ନା ବିଶ୍ୱାସ
ଅଧା ହାଟରେ ନିଜକୁ ବିକି ସାରି
ଭାବୁନି କିଏ କିଣୁ କି ମୁଲଚାଲ କରୁ
ବଳି ଥିବା ଏ ଅଭାବଵୋଧର
ଅପଚରା ଭାବ ଓ ଅଭାବ ।

ସକାଳକୁ କାଉ ରାବିଥିଲା
କାଳେ କିଏ ଆସିବ
ସେ ଶୁନ୍ୟବାଣୀର ନିରୋଳା ଥୋପରେ
ଅଛି କଣ ଯେ ଶୂନ କୁ ଛାଡି
ଏ ପୃଥିବୀ ପରା ଶୁନସାନ
ଯେତେକ ମଣିଷ ଖାଲି ପ୍ରତିବିମ୍ବ ।

ପିମ୍ପୁଡି ଲାଗିଲୁଗି
ଶେଷ କଲା ପରର ମିଠା ହସରେ
ଆଉ ବଞ୍ଚିନି ଲୋ କିଛି
ନିଜ ଆଶା ନିଜ ଆଖିକୁ କ୍ଷୀଣ
ଶୁଷ୍କ ଘଟେ ପାଣି କାହିଁ ଯେ ବୁହାଇବି
ପାଦ କୁ ପରା ଏବେ ରାସ୍ତା ବୋଝ
ଅମଡା ବାଟ କହି ଫେରିଗଲେ ଭଲ
ଗୋଟେ ବି ପାଦ ଚିହ୍ନ
ସାଇତିନି ଯେଉଁ ଦେହେ ।

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୭୭୮୧୧୫୯୦୪

Leave a Reply

Your email address will not be published. Required fields are marked *