ମାଟ୍ରିକ୍ ପରୀକ୍ଷା ବାତିଲ, ମୂଲ୍ୟାୟନ କେମିିତି ହେବ?

ମାଟ୍ରିକ୍ ପରୀକ୍ଷା ବାତିଲ, ମୂଲ୍ୟାୟନ କେମିିତି ହେବ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ କରିବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରି ସ୍ଥଗିତ କରିଥିଲେ। ତେବେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବ। ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଏହାକୁ ଆଧାର କରି ଯୁକ୍ତ ଦୁଇରେ ଆଡମିଶନ ହେବ। ସିବିଏସଇ ଢାଞ୍ଚାରେ ନିଷ୍ପତ୍ତି ନେଇ ସରକାର କହିଛନ୍ତି, ବିନା ପରୀକ୍ଷାରେ ପ୍ରକାଶ ପାଇବାକୁ ଥିବା ରେଜଲ୍ଟରେ ଯଦି କେହି ଅସନ୍ତୁଷ୍ଟ ପ୍ରକାଶ କରନ୍ତି ତେବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ। କିନ୍ତୁ ଏହାରି ଭିତରେ ଆଉ ଏକ ପ୍ରଶ୍ନ ଉଭା ହୋଇଛି। ମାଟ୍ରିକ୍ ମୂଲ୍ୟାୟନ କିଭଳି ହେବ ଓ ପିଲାମାନେ କିଭଳି ମାର୍କ ପାଇବେ ? ପୂର୍ବରୁ ଛାତ୍ରଛାତୀମାନଙ୍କ ପାଇଁ ଶହେ ଦିନିଆ ପାଠ୍ୟକ୍ରମ ହୋଇଥିଲା। ଏହାରି ଭିତରେ ୪ଟି ପ୍ରି-ବୋର୍ଡ ପରୀକ୍ଷା ସ୍କୁଲ ପକ୍ଷରୁ କରାଯାଇଛି। ଏଥିରେ ସର୍ବାଧିକ ନମ୍ବର ବିଚାରକୁ ନିଆଯିବ କି ? ପ୍ରି-ବୋର୍ଡ ପରୀକ୍ଷାର ସର୍ବାଧିକ ନମ୍ବର ଆଧାରରେ ମୂଲ୍ୟାୟନ ହୋଇପାରେ। ସରକାରଙ୍କ ନିଷ୍ପତ୍ତି ଉପରେ ଶିକ୍ଷକ ସଂଘ ଓଷ୍ଟା ମଧ୍ୟ ପ୍ରଶ୍ନ ଉଠାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: