କୋଭିସିଲ୍ଡ ଟିକା ଦର ଘୋଷଣା

କୋଭିସିଲ୍ଡ ଟିକା ଦର ଘୋଷଣା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ କୋଭିସିଲ୍ଡ ଟିକା ଦର ଘୋଷଣା ହୋଇଛି। ଘରୋଇ ହସ୍ପିଟାଲ ପାଇଁ ଏହି ଦର ୬୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ସ୍ଥିର କରିଛି କମ୍ପାନି। ସେପଟେ ଆସନ୍ତା ଦୁଇମାସ ମଧ୍ୟରେ ଟିକା ଉତ୍ପାଦନ ବଢ଼ାଇବାକୁ କମ୍ପାନି ନିଷ୍ପତ୍ତି ନେଇଛି। ସରକାରଙ୍କ ନିୟମ ଅନୁଯାୟୀ, କେନ୍ଦ୍ରକୁ ୫୦ ପ୍ରତିଶତ ଏବଂ ଅବଶିଷ୍ଟାଂଶ କ୍ଷମତାରୁ ରାଜ୍ୟ ସରକାର ଓ ବେସରକାରୀ ଡାକ୍ତରଖାନାକୁ ଟିକା ଦିଆଯିବ। ଆମେରିକାନ୍ ଟିକାର ଦାମ ୧୫୦୦ ଟଙ୍କା ରହିଥିବା ବେଳେ ରୁଷିଆ ଏବଂ ଚାଇନାର ଟିକାର ଦାମ ୭୫୦ ଟଙ୍କା ରହିଛି। ବିଦେଶୀ ଟିକା ତୁଳନାରେ କୋଭିସିଲ୍ଡ ଟିକାର ଦାମ୍ କମ ରହିଛି। ଭାରତ ସରକାର ଟିକାକରଣକୁ ଜୋରଦାର କରିବା ପାଇଁ ନିକଟରେ ରୁଷିଆର ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି। ଯଦି ଏହା ବଜାରରେ ଉପଲବ୍ଧ ହେବ ତାହେଲେ ଏହାର ଦାମ ୭୫୦ ଟଙ୍କା ପାଖାପାଖି ରହିପାରେ। ଯାହାକି କୋଭିଶିଲ୍ଡ ଠାରୁ ଅଧିକ ଦାମ। କିନ୍ତୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି। ସେହିପରି ଆମେରିକାର ଟିକା ମଡେର୍ଣ୍ଣା, ଫାଇଜର, ଜନସନ ଆଣ୍ଡ ଜନସନ ଭଳି କମ୍ପାନିର ଟିକାର ବ୍ୟବହାର ପାଇଁ ଭାରତ ସରକାର ଆଗାମୀ ଦିନରେ ଅନୁମତି ଦେଇପାରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: