ବିଜେପି – ଜେଡିୟୁ ମେଣ୍ଟ ଭାଙ୍ଗିବା ପଛରେ ରହିଛି କି ଏହି ଫଟୋର ଲିଙ୍କ୍!

ବିଜେପି – ଜେଡିୟୁ ମେଣ୍ଟ ଭାଙ୍ଗିବା ପଛରେ ରହିଛି କି ଏହି ଫଟୋର ଲିଙ୍କ୍!

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଜେପି – ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଅନେକ ଆଶା ଆଶଙ୍କା ସୃଷ୍ଟି ହୋଇଛି। ଏହାପରେ କଣ ଘଟିବ ବିହାର ରାଜନୀତିରେ ସେନେଇ ସମସ୍ତେ ଉତ୍ସାହିତ। ତେବେ ସମସ୍ତ ମିଳିତ ଦଳର ବିଧାୟକଙ୍କ ସମର୍ଥନ ପତ୍ର ନୀତୀଶଙ୍କୁ ଆଜି ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏହାସହ ଆଜି ବିଜେପି କୋର କମିଟି ବୈଠକ ସନ୍ଧ୍ୟାରେ ବସିବ। ବିଜେପିର ଏହି ବୈଠକରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ଏଥିରେ ବିଜେପିର ଜାତୀୟ ଉପସଭାପତି ରାଧା ମୋହନ ସିଂ ମଧ୍ୟ ଯୋଗଦେବେ। ସେ ବୈଠକ ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବେ।ତେବେ ନୀତୀଶ କୁମାରଙ୍କୁ ୧୬୦ ଜଣ ବିଧାୟକ ସମର୍ଥନ କରିବା ସହ ତାଙ୍କୁ ସେମାନଙ୍କ ସମର୍ଥନ ପତ୍ର ଦିଆଯିବ। ଯେଉଁଥିରେ ଆରଜେଡି ରୁ ୭୯ ବିଧାୟକ ଏବଂ ଜେଡ଼ିୟୁର ୪୫ ଜଣ, କଂଗ୍ରେସର ୧୯, ବାମଦଳର ୧୬ ଏବଂ ୧ ସ୍ୱାଧୀନ ବିଧାୟକ ରହିଛନ୍ତି। ଏହି ସମର୍ଥନ ପତ୍ର ସହିତ ଆଜି ଅପରାହ୍ନରେ ରଜ୍ୟପାଳଙ୍କ ନିକଟକୁ ଯିବେ ସିଏମ ନୀତୀଶ କୁମାର।

ବର୍ତ୍ତମାନ କ’ଣ ହେବ?

ସିଏମ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ମେଣ୍ଟ ସରକାରଙ୍କ ଦାବି ଉପସ୍ଥାପନ କରିବେ।ଆରଜେଡି, କଂଗ୍ରେସ, ବାମପନ୍ଥୀ ସରକାରରେ ସାମିଲ ହେବେ,ସନ୍ଧ୍ୟା ସୁଦ୍ଧା HAM ଏହାର ପକ୍ଷ ପରିଷ୍କାର କରିବ। ସରକାର ଗଠନ ପାଇଁ ରାଜ୍ୟପାଳ ସମୟ ଦେଇ ପାରିନ୍ତି।

ଚର୍ଚ୍ଚାରେ ୩ ମାସ ତଳର ଫଟୋ:

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ଆଜିଠାରୁ ୧୦୮ ଦିନ ପୁରୁଣା ଫଟୋ ଚର୍ଚ୍ଚାକୁ ଆସିଛି। ଯାହାକି ରମଜାନ ସମୟର। ମୁଖ୍ୟମନ୍ତ୍ରୀ ହେବାର ୨୦ ମାସ ପରେ ଯେତେବେଳେ ୧୭ ପାଦ ଚାଲି , ସିଏମ ନୀତୀଶ କୁମାର ରାବିଡିଙ୍କ ବାସଭବନରେ ଇଫତର ପାର୍ଟୀରେ ପହଞ୍ଚିଥିଲେ । ନୀତୀଶ କୁମାର ରାବିଡିଙ୍କ ବାସଭବନରେ ପହଞ୍ଚିବା ଘଟଣାକୁ ନେଇ ରାଜନୈତିକ କଳ୍ପନାଜଳ୍ପନା ବଢିବା ସହ ବଜାର ସରଗରମ ହୋଇଯାଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେ କଣ ସେବେଠାରୁ ନୀତୀଶ ଓ ତେଜସ୍ଵୀଙ୍କ ମଧ୍ୟରେ ଡିଲ୍ ହୋଇଥିଲା କି?

ନୀତୀଶ କେବେ ଛାଡିଥିଲେ ସାଥ?

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଛାଡିଥିଲେ ସାଥ,ବିଜେପି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା। ସେତେବେଳେ ଲୋକସଭା ନିର୍ବାଚନରେ ​​ଜେଡିୟୁ କେବଳ ଦୁଇଟି ଆସନ ଜିତିବାରେ ସକ୍ଷମ ହୋଇଥିଲେ। ଏଥି ପାଇଁ ନିଜେ ଦାୟିତ୍ଵ ନେଇ ନୀତୀଶ କୁମାର ଇସ୍ତଫା ଦେଇଥିଲେ। ଜିତନ ରାମ ମାଂଝୀ ବିହାରର ସିଏମ ହୋଇଥିଲେ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିହାରରେ ମହାଗଠବନ୍ଧନ କରିଥିଲେ। ୨ ବର୍ଷ ପରେ ନୀତୀଶ ପୁଣିଥରେ ବିଜେପି ସହିତ ମେଣ୍ଟ କରିଥିଲେ। ବିଜେପି ସହ ମେଣ୍ଟ କରିବା ପରେ ନୀତୀଶ ପୁଣିଥରେ ସିଏମ ହୋଇଥିଲେ।ନୀତୀଶ କୁମାର ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିଥିଲେ ୨୦୨୦ରେ। JDU କୁ କମ୍ ସିଟ୍ ମିଳିବା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୨ ବର୍ଷରେ ନୀତୀଶ କୁମାର ୭ ଥର CM ହୋଇଥିଲେ।ସେଥି ମଧ୍ୟରୁ ବିଜେପି ୬ ଥର ସିଏମ ନୀତୀଶଙ୍କ ସହ ଥିଲା। ତେବେ ବିଜେପିକୁ ଛାଡ଼ିବା ନୀତିଶଙ୍କ ପାଇଁ ଭାରିପଡ଼ି ପାରେ ବୋଲି କୁହାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: