ଭୁବନେଶ୍ୱର ପୌର ନିର୍ବାଚନ ନିର୍ବାଚନ: ସ୍ୱାମୀ, ସ୍ତ୍ରୀ ସମ୍ପର୍କରେ ଫାଟ, ଏ ମନ ମାନେନା

ଭୁବନେଶ୍ୱର ପୌର ନିର୍ବାଚନ ନିର୍ବାଚନ: ସ୍ୱାମୀ, ସ୍ତ୍ରୀ ସମ୍ପର୍କରେ ଫାଟ, ଏ ମନ ମାନେନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ଭାଇ-ଭାଇ, ଯା’-ଯା’, ମାମୁ-ଭାଣିଜୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଦେଖିବାକୁ ମିଳିଥିଲା । ଆଉ ଏବେ ଭୁବନେଶ୍ୱର ପୌର ନିର୍ବାଚନ ସ୍ଵାମୀ, ସ୍ତ୍ରୀ ଭଳି ପବିତ୍ର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିଛି। ସ୍ଵାମୀ, ସ୍ତ୍ରୀ ଉଭୟ ଗୋଟିଏ କର୍ପୋରେଟର ପଦ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଛି ଭୁବନେଶ୍ୱର ୱାର୍ଡ ନଂ ୪୫ରେ । ସ୍ୱାମୀ ସ୍ୱାଧୀନ କର୍ପୋରେଟର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସ୍ତ୍ରୀ ବିଜେପିରୁ କର୍ପୋରେଟର ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ସୂଚନା ଅନୁଯାୟୀ, ପୌର ନିର୍ବାଚନ ବିଗୁଲ ବାଜିବା ମାତ୍ରେ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ଗୋଟି ଚାଳନା କରି ଦଳୀୟ ଟିକେଟ ହାତେଇ ଥିବା ବେଳେ ୱାର୍ଡ ନଂ ୪୫ର ପ୍ରାର୍ଥୀ ପ୍ରଶାନ୍ତ ନାୟକ ଓରଫ ବନି ଅତି ଚତୁରତାର ସହ ନିଜ ସ୍ତ୍ରୀ ଙ୍କୁ ବିଜେପି ପ୍ରାର୍ଥୀ ଭାବେ ଛିଡ଼ା କରିବା ସହ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ବାସିନ୍ଦା ଏହାକୁ ଏକ ରାଜନୈତିକ ଚାଲ କହୁଛନ୍ତି । କାହିଁକିନା’ ପୂର୍ବ ନିର୍ବାଚନରେ ବନି ଏହି ଭଳି ଏକ ଚାଲ ଖେଳିଥିଲେ । ସେ ଲୋକଙ୍କ ସାମ୍ନାରେ ବିଜେଡ଼ିକୁ ସମର୍ଥନ କରୁଥିବା ବେଳେ ଭିତରି ଭାବେ ବିଜେପି ପ୍ରାର୍ଥୀକୁ ସାହାଯ୍ୟ କରୁଥିଲେ । ହେଲେ ବନିଙ୍କ ସମର୍ଥିତ ପ୍ରାର୍ଥୀ ଶାସକ ଦଳର ପ୍ରାର୍ଥୀଙ୍କୁ ଠାରୁ ବିପୁଳ ପରିମାଣର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏଥର ସେ ବିଜେପିରୁ ଦୁରେଇ ଯାଇଥିବା ନାଟକ ରଚିବା ସହ ନିଜ ସ୍ତ୍ରୀକୁ ବିଜେପି ପକ୍ଷରୁ ପ୍ରାର୍ଥୀ କରିଛନ୍ତି ।

ସବୁଠାରୁ ରୋଚକ କଥା ହେଲା ସେ ନିଜେ ମଧ୍ୟ ଉକ୍ତ ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା କହୁଛନ୍ତି, “ଯିଏ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ଠିକରେ ତୁଲାଇ ପାରୁନାହାଁନ୍ତି, ସେ ଆମ କଥା କଣ ବୁଝିବେ” ।

ଅପରପକ୍ଷରେ ୱାର୍ଡ ନଂ ୪୫ ବିଜେଡ଼ି ପ୍ରାର୍ଥୀ ଅମରେଶ ଜେନା(ବାଇଁଆ)ଙ୍କ ଲୋକପ୍ରିୟତା ଏବଂ ଦବଦବା ଦେଖି ଜଣେ ବିଜେଡ଼ି ବିଧାୟକ ତାଙ୍କ ପ୍ରତି ଅସହିଷ୍ଣୁ ହୋଇ ବନିଙ୍କ ପଛରେ ଅଦୃଶ୍ୟ ହାତ ହୋଇରହିବା ସହ ତାଙ୍କୁ ଏପରି ପଦକ୍ଷପ ନେବାକୁ କହିଥିବା ନେଇ ସାମ୍ବାଦିକ ମହଲରେ ଚର୍ଚ୍ଚା ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: