ମହିଳା ବିଶ୍ୱକପ: ନ୍ୟୁଜିଲାଣ୍ଡଠୁ ୬୨ ରନରେ ହାରିଲା ଭାରତ

ମହିଳା ବିଶ୍ୱକପ: ନ୍ୟୁଜିଲାଣ୍ଡଠୁ ୬୨ ରନରେ ହାରିଲା ଭାରତ

ପ୍ରିଜମ ନ୍ୟୁଜ ବ୍ୟୁରୋ:ନ୍ୟୁଜିଲାଣ୍ଡରେ ଜାରି ରହିଥିବା ମହିଳା ବିଶ୍ୱକପରେ ପ୍ରଥମ ପରାଜୟ ସ୍ବାଦ ଚଖିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ପରାଜୟ ହାସଲ କରିଛି ଭାରତ । ଆଜି ନ୍ୟୁଜିଲାଣ୍ଡର ହାମିଲଟନରେ ଖେଳାଯାଇଥିବା ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ଟସ୍ ଜିତି ପ୍ରତଃମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଟିମ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ ୨୬୦ ରନ କରିଥିଲା । ଭାରତ ପକ୍ଷରୁ ପୂଜା ଭସ୍ତ୍ରାକର ୪ଟି, ରାଜେଶ୍ୱରୀ ଗାଇକ୍ୱେଡ ୨ଟି, ଝୁଲଣ ଗୋସ୍ୱାମୀ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ୨୬୧ ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୪୬ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୧୯୮ ରନ କରିବାକୁ ସକ୍ଷମ ହୋଇଥିଲେ । ଯାହାଫଳରେ ଭାରତ ଏହି ମ୍ୟାଚ ୬୨ ରନରେ ହାରିଥିଲା । ଭାରତ ପକ୍ଷରୁ ହରମନପ୍ରୀତ କୌର ୭୧ ରନ କରଥିବାବେଳେ ମିତାଲୀ ରାଜ୍ ୩୧ ରନ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: