୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବ ସରକାର

୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବ ସରକାର

ପ୍ରିଜମ ନ୍ୟୁଜ ବ୍ୟୁରୋ:ପଞ୍ଜାବରେ ଆପ ସରକାର ଗଢ଼ିବା ପରଠାରୁ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେବେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତମାନଙ୍କ ନେତୃତ୍ୱାଧିନ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୨୪ଜଣଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଏଥିସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀଙ୍କୁ ଶନିବାର ଜଲନ୍ଧର କ୍ୟାଣ୍ଟରେ ପୋଲିସର ସ୍ବତନ୍ତ୍ର ମହାନିର୍ଦ୍ଦେଶକ, ରାଜ୍ୟ ସଶସ୍ତ୍ର ପୋଲିସ, ଜେଆରସିଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିବା ଲୋକଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଧାର୍ମିକ ନେତା ଏବଂ ରାଜନେତା ସାମିଲ ଅଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବର ନୂଆ ସରକାର ସୁରକ୍ଷା ପ୍ରତ୍ୟାହାର କରି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଜାରି ରଖିଛନ୍ତି। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ଅନ୍ୟ ନେତାଙ୍କ ସମେତ ୧୮୪ଜଣଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: