ଏହି ରେଷ୍ଟୁରାଣ୍ଟରେ କଥା କହିବା ମନା, ଜାଣନ୍ତୁ କାରଣ କ’ଣ?

ଏହି ରେଷ୍ଟୁରାଣ୍ଟରେ କଥା କହିବା ମନା, ଜାଣନ୍ତୁ କାରଣ କ’ଣ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୌଣସି ସଂସ୍ଥା ହେଉ କି ବ୍ୟକ୍ତି କିଛି ନିଆରା କାର୍ଯ୍ୟକରି ଅନ୍ୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି। ଏଥି ପାଇଁ ସେମାନେ ନୂଆ କୌଶଳ ପ୍ରୟୋଗ କରନ୍ତି। ଆଜି ଆମେ ଆପଣଙ୍କୁ ସେହି ପରି ଏକ ନିଆରା ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଲୋକଙ୍କୁ କହିବାକୁ ଅନୁମତି ନାହିଁ। କେବଳ ଅଙ୍ଗଭଙ୍ଗୀ ଦ୍ୱାରା ଖାଦ୍ୟ ଏବଂ ପାନ୍ୟ ଅର୍ଡର କରିଥାନ୍ତି ଗ୍ରାହକ।
ଏହି ରେଷ୍ଟୁରାଣ୍ଟ ନିକଟରେ ଚାଇନାର ଗୁଆଙ୍ଗଜୋ ସହରରେ ଖୋଲିଛି ​​। ଷ୍ଟାରବକ୍ସ ଦ୍ୱାରା ଏହି ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି। ରେଷ୍ଟୁରାଣ୍ଟର ନାମ ସାଇଲେଣ୍ଟ କାଫେ ରଖାଯାଇଛି। ଏହା ଚାଇନାର ଏକମାତ୍ର ରେଷ୍ଟୁରାଣ୍ଟ ଯେଉଁଠାରେ ଆପଣ କଥାବାର୍ତ୍ତା ନକରି ଖାଦ୍ୟ ଅର୍ଡର କରିବେ। ତେବେ ଚାଇନା କାହିଁକି ବିଶ୍ୱର ଅନ୍ୟ କୌଣସି ଦେଶରେ ବୋଧେ ଏମିତି ଅଭୂତ ରେଷ୍ଟୁରାଣ୍ଟ ନଥିବ। ଏହି ରେଷ୍ଟୁରାଣ୍ଟର ବିଶେଷତା ହେଉଛି ଗ୍ରାହକମାନେ କଥା ନକହି ରେଷ୍ଟୁରାଣ୍ଟରେ ଖାଦ୍ୟ ଅର୍ଡର ଦିଅନ୍ତି। ଏଠାରେ ଯାହାବି ଅର୍ଡର କରିବା ହୋଇଥାଏ ତାହା ଶରୀରର ଅଙ୍ଗଭଙ୍ଗୀ ଦ୍ଵାରା ମେନୁ କାର୍ଡରେ ଥିବା ନମ୍ବରକୁ ଦର୍ଶା ଯାଇଥାଏ। ଅର୍ଡର କରିବାର କିଛି ମିନିଟ୍ ପରେ ଖାଦ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚି ଯାଇଥାଏ।
ରେଷ୍ଟୁରାଣ୍ଟଟିରେ ଭିନ୍ନ ପ୍ରକାରର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଯଦି ଜଣେ ଗ୍ରାହକ ଏହାର କର୍ମଚାରୀମାନଙ୍କୁ ଭାବଭଙ୍ଗି ଦ୍ଵାରା ବୁଝାଇବାକୁ ଅସମର୍ଥ ହୁଅନ୍ତି, ତେବେ ସେ ଏହାକୁ ନୋଟପ୍ୟାଡରେ ଲେଖି ଦେଇପାରିବେ।ରେଷ୍ଟୁରାଣ୍ଟ ଅନ୍ୟ ଏକ ବିଶେଷତା ହେଉଛି ଏହା ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଡିଜିଟାଲ୍ ଯୋଗାଯୋଗର ସୁବିଧା ଯୋଗାଇଥାଏ। କେବଳ ସେତିକି ନୁହେଁ, ରେଷ୍ଟୁରାଣ୍ଟର କାନ୍ଥରେ ସଙ୍କେତ ଭାଷା, ଚିହ୍ନ ଏବଂ ସୂଚକ ମଧ୍ୟ ତିଆରି କରାଯାଇଛି। ଯାହାଦ୍ୱାରା ଗ୍ରାହକ କହୁଥିବା ଜିନିଷକୁ ସହଜରେ ବୁଝିହେବ । ତେବେ ଏହି ରେଷ୍ଟୁରାଣ୍ଟ ଖୋଲିବାର ଉଦ୍ଦେଶ୍ୟ ହେଉଛି ଯେଉଁ ଲୋକମାନେ କହିଶୁଣି ପାରନ୍ତି ନାହିଁ ସେମାନଙ୍କ ଭାଷା ବୁଝିବା ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା। ତେବେ ରେଷ୍ଟୁରାଣ୍ଟଟିରେ ୩୦ ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ କର୍ମଚାରୀ ଶୁଣି ପାରନ୍ତି ନାହିଁ। ରେଷ୍ଟୁରାଣ୍ଟର ଏପରି ବ୍ୟବସ୍ଥା ରହିଛି ଯେ ଶ୍ରବଣ ଦୁର୍ବଳ ବ୍ୟକ୍ତି ଭବିଷ୍ୟତରେ ସର୍ବାଧିକ ଚାକିରି ପାଇପାରିବେ। ତେବେ ଗ୍ରାହକମାନଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ସମସ୍ତ କର୍ମଚାରୀଙ୍କୁ ତାଲିମ ମଧ୍ୟ ଦିଆଯାଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: