ମାତ୍ର ୧୦ ଟଙ୍କାରେ ପାଆନ୍ତୁ ତୋଫା ଗୋରା ଚେହେରା

ମାତ୍ର ୧୦ ଟଙ୍କାରେ ପାଆନ୍ତୁ ତୋଫା ଗୋରା ଚେହେରା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୋରା ରଙ୍ଗ ପାଇବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛାଥାଏ । ପୁଅମାନଙ୍କ ଅପେକ୍ଷା ଗୋରା ରଙ୍ଗ ପ୍ରତି ଝିଅମାନଙ୍କର ଟିକେ ଅଧିକ ଦୁର୍ବଳତା ରହିଥାଏ। ସେମାନେ ଗୋରା ରଙ୍ଗ ପାଇଁ ବିଭିନ୍ନ ଉପାୟମାନ ଆପଣାଇ ଥାନ୍ତି । ପାର୍ଲର ଯାଇ ଫେସିଆଲଠୁ ଆରମ୍ଭ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ବିଭିନ୍ନ କମ୍ପାନୀର ଦାମି କ୍ରିମ, ସିରମ ଓ ଲୋସନର ବ୍ୟବହାର କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନେକ ସମୟରେ ସେଥିରେ ରହିଥିବା ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା କାରଣରୁ ସେମାନଙ୍କର ତ୍ୱଚା ସମସ୍ୟା ଦେଖାଯିବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ।ଝିଅର ବିବାହ ସମୟରେ ଗୋରା ରଙ୍ଗ ଏକ ମାନଦଣ୍ଡ ଭଳି ଭାରତୀୟ ସମାଜରେ ବିବେଚନା କରାଯାଏ। ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ସମ୍ପର୍କରେ ଜଣାଉଛୁ ଯାହାଦ୍ୱାରା ଆପଣ କମ୍ ଖର୍ଚ୍ଚରେ ନିଜର ସୌନ୍ଦର୍ଯ୍ୟ ଅତୁଟ ରଖିବା ସହ ରଙ୍ଗ ତୋଫା କରିପାରିବେ । ଏଥିରେ ପାର୍ଶ୍ଵ ପ୍ରତିକ୍ରିୟାର ଭୟ ମଧ୍ୟ ନଥାଏ…

ଲେମ୍ବୁ

ତ୍ୱଚାକୁ ସଫା କରିବା ସହ ତ୍ୱଚାରୁ ସନ ଟ୍ୟାନ, ଦାଗ ଓ ତେଲିଆପଣ ଦୂର କରିବାରେ ଲେମ୍ବୁ ଅତ୍ୟନ୍ତ ସହାୟ ହୋଇଥାଏ । କିଛି ବେସନରେ ଲେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ସପ୍ତାହରେ ଦୁଇ ତିନି ଥର ଲଗାନ୍ତୁ ଏହା ଆପଣଙ୍କ ତ୍ୱଚାକୁ ଉଜ୍ୱଳ କରିବା ସହ ଚମକ ଆଣିବାରେ ସହାୟ ହେବ । ସେହିପରି ଲେମ୍ବୁ ରସକୁ ମହୁ, କ୍ଷୀର, ଟମାଟ ରସ, ଆଳୁ ରସରେ ମିଶାଇ ତ୍ୱଚାରେ ଲାଗାଇଲେ ଅଧିକ ଲାଭ ମିଳିଥାଏ । ଫାଳେ କଟା ଲେମ୍ପୁରେ ଚିନି ଗୁଣ୍ଡ ମିଶାଇ ସ୍କ୍ରବ ଭଳି ମଧ୍ୟ ବ୍ୟବହାର କରିପାରିବେ । ଏହା ସହ ଘି କୁଆଁରି ରସ, ଗୋଲାପ ଜଳ, ମହୁ ସହ ଲେମ୍ବୁ ରସ ମିଶାଇ ନାଇଟ କ୍ରିମ ଭାବେ ବ୍ୟବହାର କରିପାରିବେ । ଖରାଦିନ ପାଇଁ ଲେମ୍ବୁ ରସ ଭରି ଉପକାରୀ ହୋଇଥାଏ।
ହଳଦୀ

ଏହା ଏକ ବହୁ ପୂରାତନ ପ୍ରସାଧାନ ସାମଗ୍ରୀ। ହଳଦୀରେ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର କରିବା ଭଳି ଉପକାରି ଗୁଣ ରହିଛି । ଏହା ଏକ ପାକୃତିକ ସାମଗ୍ରୀ ହୋଇଥିବାରୁ ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନଥାଏ । କ୍ଷୀର, ବେସନ, ଗୋଲାପ ଜଳରେ ଅଳ୍ପ ହଳଦୀ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଓ ନରମ ହୋଇଥାଏ । ସେହିଭଳି ଦହିରେ ଅଳ୍ପ ହଳଦୀ ମିଶାଇ ଲଗାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଘିକୁଆଁରି ରସରେ ଅଳ୍ପ ହଳଦୀ ମିଶାଇ ପ୍ରତିଦିନ ଲଗାନ୍ତୁ । ଏହା ଦ୍ୱାରା ତ୍ୱଚା ସଫା ହେବ । ଗାଧୋଇବା ସମୟରେ ବା ଶୋଇବା ପୂର୍ବରୁ କେବଳ ହଳଦୀତ୍ୱଚାରେ ଲଗାଇଲେ ମଧ୍ୟ ଲାଭ ମିଳିଥାଏ । ଏହାସହ ହଳଦୀ ପାଣି ପିଇବା ଦ୍ଵାରା ତୋଚା ଗୋରା ହୋଇଥାଏ, ଚିର ଯୌବନ ରହିଥାଏ।
ବେସନ


ପ୍ରାକୃତିକ ଉପାୟରେ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ଏହା ଏକ ଉପଯୋଗୀ ଉପାଦାନ । ବେସନକୁ ମହୁ,ହଳଦୀ, ଗୋଲାପ ଜଳ, ଲେମ୍ବୁ ରସ, ବିଲାତି ରସ, ଘି କୁଆଁରି ରସ, କ୍ଷୀର, ଦହି ସହ ମିଶାଇ ଲଗାଇଲେ ଅଧିକ ଲାଭ ମିଳିଥାଏ । ବେସନ ତ୍ୱଚାକୁ ଉଜ୍ୱଳ କରିବାରେ ସହାୟ ହେବା ସହ ତ୍ୱଚାକୁ କୋମଳ କରିଥାଏ । ଏହା ମୁହଁରେ ଉଠିଥିବା ଅନାବଶ୍ୟକ ବାଳକୁ କମ୍ କରିବାରେ ବେସନ, ହଳଦୀ, ଦହି/କ୍ଷୀରର ପ୍ୟାକ୍ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାସହ ବେସନକୁ ସ୍କ୍ରବ ଭଳି ବ୍ୟବହାର କରିହେବ। ଅଏଲି ସ୍କିନ ପାଇଁ ବେସନ ରମବାଣ ପରୀ କାମ କରିଥାଏ।
ଚନ୍ଦନ ତ୍ୱଚାରୁ କଳା ଦାଗ ଦୂର କରିବା ସହ ଉଜ୍ୱଳ କରିବାରେ ଚନ୍ଦନ ସହାୟ ହୋଇଥାଏ । ଆପଣ ଘୋରା ବା ଗୁଣ୍ଡ ଚନ୍ଦନ ଏଥି ପାଇଁ ବ୍ୟବହାର କରିପାରିବେ । ଏହାକୁ ନିୟମିତ ଲଗାଇଲେ ତ୍ୱଚାର କୌଣସି ପ୍ରକାର ହାନି ଘଟି ନଥାଏ । ଚନ୍ଦନ ଘୋରା ବା ଗୁଣ୍ଡକୁ ଗୋଲାପ ଜଳ, କ୍ଷୀର, ମହୁ, ହଳଦୀ ସହ ମିଶାଇ ଲାଗଇ ପାରିବେ, ନଚେତ କେବଳ ଖାଲି ଚନ୍ଦନ ପ୍ୟାକ୍ ଭଳି ବ୍ୟବହାର କରିପାରିବେ । ଚନ୍ଦନ ଖରାଦିନ ପାଇଁ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ସନ୍ ଟିୟାନ୍ ଦୂର କରିଥାଏ ଚନ୍ଦନ।
ଚାରୋଲି
କ୍ଷୀର,ଗୋଲାପ ଜଳ ବା ଗୋଲାପ ପାଖୁଡ଼ାରେ ଏହାର ମଞ୍ଜିକୁ ବାଟି ଫେସ ପ୍ୟାକ୍ ଭାବେ ବ୍ୟବହାର କରିବା ଦ୍ୱାରା ତ୍ୱଚାରୁ ସନ୍ ଟ୍ୟାନ ଓ ଅନ୍ୟାନ୍ୟ ଦାଗ ଦୂର ହୋଇଥାଏ। ତ୍ୱଚା ବି ସଫା ହୋଇଥାଏ । ସପ୍ତାହରେ ଦୁଇରୁ ତିନି ଥର ଏହି ପେଷ୍ଟ ଲଗାଇବା ଭଲ ।
ଟମାଟୋ

ଟମାଟୋ ତ୍ଵଚକୁ ଗୋରା କରିବା ସହ ପରିଷ୍କାର କରିଥାଏ। ଯଦି ଆପଣଙ୍କର ସନ୍ ଟ୍ୟାନ ହୋଇଛି ତେବେ ଗୋଟେ ଟମାଟୋକୁ କଟି ସେହି ସ୍ଥାନରେ ଘଷାନ୍ତୁ ଦେଖିବେ ଭଲ ହୋଇଯିବ। ଏହାସହ ଲେମ୍ବୁ, କ୍ଷୀର ଆଳୁ ରସରେ ଟମାଟୋ ରସ ମିଶାଇ ଲଗେଇଲେ ତ୍ବଚା ଗୋରା ହୋଇଥାଏ। ଟମାଟୋ ରେ ଗୁଣ୍ଡ ଚିନି ଦେଇ ସ୍କର୍ବ କରିବା ଦ୍ୱାରା ମୁହଁରୁ ମୃତ କୋଷ ଗୁଡିକ ବାହାରି ଯାଇଥାଏ। ସେହିଭଳି ଘିକୁଆଁରୀ ତ୍ୱଚା ଗୋରା କରିଥାଏ। ଆପଣ ଏହି ସମସ୍ତ ଉପାୟ ପାଇଁ ମାତ୍ରା ୫ରୁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଉ କିଛି ନିଜ ବାଡି ବା ରୋଷେଇ ଘରୁ ଯୋଗାଡ କରି ପାରିବେ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: