ମାଛ କଲା ଗର୍ଭବତୀ! ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ଡାକ୍ତର ବି କାବା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବେଳେ ବେଳେ ଏମିତି କିଛି ଖବର ନଜରକୁ ଆସେ ଯାହାକି ଆମ ସବୁ ଇନ୍ଦ୍ରୀୟକୁ ବୋକା ବନେଇ ଦିଏ। ଏହିଭଳି ଗୋଟିଏ ଖବ ଥାଇଲ୍ୟାଣ୍ଡରୁ ଆସିଛି। ଏଠାକାର ଜଣେ ଯୁବତୀ ଦାବି କରିଛନ୍ତି ଯେ ସେ କିଛି ମାସର ଗର୍ଭବତୀ ଅଛନ୍ତି, କିନ୍ତୁ ତାଙ୍କ ପେଟରେ ମଣିଷ ପିଲା ନୁହେଁ ବରଂ ଗୋଟିଏ ମାଛ ଅଛି। ଥାଇଲ୍ୟାଣ୍ଡର ବାସିନ୍ଦା ଫେଲିପିନା କିମ୍ବର୍ଲି ଏହି ଦାବି କରିଛନ୍ତି। ଆଶ୍ଚର୍ଯ୍ୟର କଥା, ତାଙ୍କର ଅଲଟ୍ରାସାଉଣ୍ଡ ରିପୋର୍ଟରେ ମଧ୍ୟ ପେଟ ଭିତରେ ଏକ ମାଛ ବଢ଼ୁଥିବା ଦେଖାଯାଇଛି। ତାଙ୍କର କିଛି ମାସ ଧରି ପେଟ ଯନ୍ତ୍ରଣା ହେଉଥିଲା ଏବଂ ବର୍ତ୍ତମାନ ତାଙ୍କ ପେଟ ବଢ଼ିବାରେ ଲାଗିଛି।
ଝିଅଟିର ପେଟ ବଢିବା ପରେ ତାଙ୍କ ପିତାଙ୍କ ସମେତ ଅନ୍ୟ ପରିଚିତ ଲୋକ ତାଙ୍କୁ ସନ୍ଦେହ କରିଥିଲେ। ଯଦିଓ ଝିଅଟି କହିଥିଲେ ଯେ ତାଙ୍କର କୌଣସି ପ୍ରେମିକ ନାହିଁ, ବା ସେ ସେଭଳି କିଛି କାମ କରି ନାହାନ୍ତି। ଅନ୍ୟପକ୍ଷରେ, କିମ୍ବର୍ଲିଙ୍କ ଜେଜେମା କହିଛନ୍ତି ଯେ ତାଙ୍କ ସହ ଏଭଳି ହୋଇଛି କାରଣ ସେ ମାସିକ ଋତୁସ୍ରାବ ସମୟରେ ପହଁରିବାକୁ ଯାଇଥିଲେ। ଏହା କରିବା ଦ୍ୱାରା, କୌଣସି ବାହାର ଜିନିଷ ଝିଅର ଶରୀର ଭିତରକୁ ଯିବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ। କିମ୍ବର୍ଲିଙ୍କ ଜେଜେମା ବିଶ୍ବାସ କରନ୍ତି ଯେ ତାଙ୍କ ନାତୁଣୀ ସହିତ ମଧ୍ୟ ସମାନ ଘଟଣା ଘଟିଛି।
କିମ୍ବର୍ଲିଙ୍କୁ ଅଲଟ୍ରାସାଉଣ୍ଡ କରାଯିବା ପରେ ତାଙ୍କ ଗର୍ଭରେ ଏକ ମାଛ ଥିବା ଜଣା ପଡିଥିଲା। ଏହି ଅଜବ ଘଟଣା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର କହିଛନ୍ତି ଯେ ସେ ପୂର୍ବରୁ ଏପରି ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ନଥିଲେ। କିମ୍ବର୍ଲିଙ୍କ ପେଟରେ ଏକ ମାଛ ପରି ଚିତ୍ର ଭାସୁଥିବାର ଦେଖିବାକୁ ମିଳିଛି। ତାର ମୁହଁ ଓ ଆଖି ପୁରା ପୁରି ମାଛ ପରି ଥିଲା।
ତେବେ ପରେ ଅଧିକ ଯାଞ୍ଚ ପରେ ଡାକ୍ତର କହିଥିଲେ ଯେ ଝିଅଟିର ପେଟରେ ମାଛ ନୁହେଁ, ଏକ ଓଭାରିନ୍ ସିଷ୍ଟ ଅଛି। ଏହି ସିଷ୍ଟ ବହୁତ ଦ୍ରୁତ ଗତିରେ ବଢ଼ୁଥିଲା, ଏହି କାରଣରୁ ତାଙ୍କ ପେଟ ମଧ୍ୟ ଗର୍ଭବତୀ ମହିଳାଙ୍କ ପରି ବଢୁଛି। ଏପରି ଘଟଣା ଜେନେଟିକ ଏବଂ ଆଖପାଖ ପରିସ୍ଥିତି ଉପରେ ନିର୍ଭର କରେ। ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ମଣିଷ ମାଛ ଶିଶୁମାନଙ୍କୁ ପେଟରେ କେବେବି ରଖିପାରିବ ନାହିଁ। ମଣିଷ ଶରୀର ଭିତରେ ମାଛ ବଞ୍ଚିପାରିବ ନାହିଁ। ମାଛ ମଣିଷ ଡିମ୍ବାଣୁରେ ପହଞ୍ଚିବା ସମ୍ଭବ ନୁହେଁ, କାରଣ ଫିଲୋପିନ୍ ଟ୍ୟୁବ୍ ମାଧ୍ୟମରେ ଏହା ପ୍ରବେଶ କରିବା ଅସମ୍ଭବ ଅଟେ।

Leave a Reply

Your email address will not be published. Required fields are marked *