ବାଘ ଗଣନା ସମୟରେ ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ବାଘ ଗଣନା ସମୟରେ ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବାଘ ଗଣନା ସମୟରେ ଭାଲୁ ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି । ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ଏଭଳି ଘଟଣା ଘଟିଛି। ଆଜି ଏଠାରେ ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିବା ସମୟରେ ହଠାତ୍‍ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ଯାହାଦ୍ଵାରା ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ୨ ଆହତ କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।ସୂଚନା ଯୋଗ୍ୟ, ଗତ ୬ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ଆଠ ଦିନ ଧରି ଶିମିଳିପାଳରେ ବାଘ ଗଣନା କରାଯାଉଛି। ଏହା ଆସନ୍ତା ୧୩ ତାରିଖରେ ଶେଷ ହେବ। ଶିମିଳିପାଳ ଅଭୟାରଣ୍ୟର ୧୬ ରେଞ୍ଜର ୧୭୩ଟି ସ୍ଥାନରେ ବାଘ ଗଣନା କରାଯାଉଛି। ବାଘ ଗଣନାରେ ପ୍ରାୟ ୫ ଶହରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: