ବାଜିମାତ କଲେ ବାବୁଲ ସୁପ୍ରିୟୋ ଓ ଶତ୍ରୁଘ୍ନ ସିହ୍ନା

ବାଜିମାତ କଲେ ବାବୁଲ ସୁପ୍ରିୟୋ ଓ ଶତ୍ରୁଘ୍ନ ସିହ୍ନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ନିର୍ବାଚନରେ ଟିଏମସିର ବାଜିମାତ୍ । ବାଲିଗଞ୍ଜ ବିଧାନସଭା ସିଟରେ ବାବୁଲ ସୁପ୍ରିୟୋ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବାବୁଲ ସୁପ୍ରିଓଙ୍କୁ ୪୮ ପ୍ରତିଶତ ମତ ମିଳିଥିବା ବେଳେ ସିପିଆଇଏମ୍ ସାଇରା ଶାହା ଆଲିମ ୩୬ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଆସାନସୋଲ ଲୋକସଭା ଆସନରେ ଟିଏମସିର ଶତ୍ରୁଘ୍ନ ସିହ୍ନା ୪ର୍ଥ ରାଉଣ୍ତ କାଉଣ୍ଟିଂ ଶେଷ ସୁଦ୍ଧା ୧ ଲକ୍ଷ ୯୯ ହଜାର ଭୋଟରେ ଆଗୁଆ ଅଛନ୍ତି। ଗୋଟିଏ ଲୋକସଭା ଓ ୪ଟି ରାଜ୍ୟର ୪ଟି ବିଧାନସଭା ସିଟ୍ ଲାଗି ଚାଲିଛି ଭୋଟ ଗଣତି । ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ସହ ବାଲେଗୁଞ୍ଜେ ବିଧାନସଭା ନିର୍ବାଚନ ମଣ୍ଡିଳୀ ଲାଗି ହେଉଛି ଭୋଟ ଗଣତି । ସେହିପରି ଛତିଶଗଡ଼ର ଖଇରାଗଡ , ବିହାରର ବୋଚାହା ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ସିଟ୍ ଲାଗି ବି ଚାଲିଛି ଗଣତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: