ୟୁପିରେ ଜିକା ଭାଇରସ ଆତଙ୍କ, ଗୋଟିଏ ଦିନରେ ୨୫ ଆକ୍ରାନ୍ତ ଚିହ୍ନଟ

ୟୁପିରେ ଜିକା ଭାଇରସ ଆତଙ୍କ, ଗୋଟିଏ ଦିନରେ ୨୫ ଆକ୍ରାନ୍ତ ଚିହ୍ନଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଗୋଟିଏ ପଟେ ଦେଶରେ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଜିକା ଭାଇରସ ଆତଙ୍କ ମୁଣ୍ଡ ଟେକିଲାଣି । ଉତ୍ତର ପ୍ରଦେଶର କାନପୁରରେ ଖୁବ ଦ୍ରୁତ ଗତିରେ ବଢ଼ି ଚାଲିଛି ଜିକା ଭାଇରସ ମାମଲା। ବୁଧବାର ୨୫ ଜଣ ଜିକା ଭାଇରସରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ଦେଶରେ ଚିନ୍ତା ବଢ଼ିଛି। ଉତ୍ତର ପ୍ରଦେଶରେ ଏହି ୨୫ ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ ଜିକା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ଥିବାର ଜଣାପଡ଼ିଛି। କେତେକ ରୋଗୀ ସ୍ଵତନ୍ତ୍ର ଟିମ୍ ଅଧ୍ୟକ୍ଷତାରେ ହୋମ ଆୟୁସୋଲେସନରେ ରହିଛନ୍ତି। ସେପଟେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଡିଏମ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବୈଠକ ପାଇଁ ଡାକିଛନ୍ତି।ସୂଚନା ମୁତାବକ, କାନପୁରରେ ପ୍ରଥମେ ନଭେମ୍ବର ୧ ତାରିଖରେ ଜିକା ଭାଇରସର ୬ଟି ମାମଲା ସାମ୍ନାକୁ ଆସିଥିଲା। ଏହି ୬ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା ଥିଲେ।ଅନ୍ୟପଟେ ଜିକା ଭୂତାଣୁର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମାମଲାକୁ ଦେଖି ପ୍ରଶାସନ ମଧ୍ୟ ଆକ୍ସନ ମୋଡକୁ ଆସିଛି। ଅନ୍ୟ ପଖେରେ କେତେକ ରୋଗୀ କାଶିରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜିକା ପାଇଁ ଏଠାରେ ଏକ ଅଲଗା ୱାର୍ଡ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଜିକା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ଚଳିତ ବର୍ଷ ଜୁଲାଇରେ କେରଳରେ ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: