ସପ୍ତାହରେ ୫୦୦୦ କୋଟି ଆୟ କଲାଣି ‘ଅବତାର ୨’

ସପ୍ତାହରେ ୫୦୦୦ କୋଟି ଆୟ କଲାଣି ‘ଅବତାର ୨’

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିକଟରେ ରିଲଜ ହୋଇଥିବା ହଲିଉଡ୍ ଫିଲ୍ମ ‘ଅବତାର ୨’ ବକ୍ସ ଅଫିସରେ ଜବରଦସ୍ତ କଲେସକସନ କରିବାରେ ଲାଗିଛି । ପ୍ରଥମ ଦିନ ଭାରତରେ ବଡ ଓପିନିଂ କରିଥିବା ଏହି ଫିଲ୍ମ, ଗୋଟିଏ ସପ୍ତାହରେ ୨୦୦ କୋଟି ଆୟ କରିବାରେ ସକ୍ଷମ ହୋଇଛି । ତେବେ ଏହି ଫିଲ୍ମ କେବଳ ଘରୋଇ ବଜାରରେ ନୁହଁ ବରଂ ୱାଲର୍ଡ ୱାଇଡରେ ତାର ଦବଦବା ଜାରି ରଖିଛି । ଅବତାର-୨ ସପ୍ତାହରେ ୱାଲର୍ଡ ୱାଇଡରେ ୫ହଜାର କୋଟି ଏବଂ ଭାରତରେ ୨୩୫ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମ ପାଇଁ ୨୫୦ ମିଲିୟନ ଡଲାର ଅର୍ଥାତ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି ।

ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କେମରୁନ୍ । ବକ୍ସ ଅଫିସରେ ରିଲିଜ୍ ହେବାର ଅଷ୍ଟମ ଦିନରେ ‘ଅବତାର ୨’ ୨୦୦ କୋଟି ପାର କରିଛି । ଏଥିରୁ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ ‘ଅବତାର ଦି ଓ୍ବେ ଅଫ ଓ୍ବାଟର’ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ସାରିଛି । ମାତ୍ର ୮ ଦିନ ମଧ୍ୟରେ ‘ଅବତାର ଦି ଓ୍ବେ ଅଫ ୱାଟର ‘ ବିଶ୍ୱରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି।ଡିସେମ୍ବର ୧୬ ଏହି ଫିଲ୍ମ ରିଲିଜ୍ ହୋଇଛି । ବକ୍ସ ଅଫିସରେ ଏହାର ଚମକ୍କାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଅବତାରର ପ୍ରଥମ ପାର୍ଟ ,୨୦୦୯ ମସିହାରେ ରିଲିଜ ହୋଇଥିବା ବେଳେ , ପାଖାପାଖି ୧୩ ବର୍ଷ ପରେ ଅବତାର -୨ ରିଲିଜ ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: