ପାଡ଼ିବାରୁ ୯୦୦୦ ଜରିମାନା, ଜାଣନ୍ତୁ କେଉଁଠି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯେପରି ଝାଡ଼ା, ପରିସ୍ରାକୁ ଜୋରଜବରଦସ୍ତ ଅଟକାଇ ହେବନି l ସେହିଭଳି ବାୟୁ ଯିବା ବା ପାଡ଼ିବାକୁ ମଧ୍ୟ ଅଟକାଇ ହେବନି। ଏହା ଏକ ପ୍ରାକୃତିକ ପଦ୍ଧତି। ଏହି ପାଡ଼ ସର୍ବସାଧାରଣ ସ୍ଥାନରେ ଲାଜିତ୍ କରିଦିଏ ବ୍ୟକ୍ତିକୁ। ହେଲେ ଅଷ୍ଟ୍ରିଆରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ କର୍ମଚାରୀମାନଙ୍କ ସାମ୍ନାରେ ପଡ଼ିବା ମହଙ୍ଗା ପଡ଼ିଛି, ଖାଲି ମହଙ୍ଗା ପଡିନି ତାଙ୍କୁ ୧୦୦ୟୁରୋ କିମ୍ବା ପ୍ରାୟ ୯ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏହି ଘଟଣାଟି ଗତ ବର୍ଷ ଭିଏନାରେ ଘଟିଥିଲା। ବ୍ୟକ୍ତି ଜଣକ ତାଙ୍କ ସାଙ୍ଗମାନଙ୍କ ସହିତ ଏକ ପାର୍କରେ ବସିଥିବା ବେଳେ କିଛି ପୋଲିସ କର୍ମଚାରୀ ସେମାନଙ୍କ ତଲାସୀ ଆରମ୍ଭ କରିଦେଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ହଠାତ୍ ଗ୍ୟାସ୍ ଛାଡିଥିଲେ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ଜାଣିଶୁଣି ବେଞ୍ଚରୁ ଉଠି ଜୋରରେ ପୋଲିସ୍ ଆଗରେ ପାଡ଼ି ଥିଲେ । ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ୫୦୦ ୟୁରୋ ଅର୍ଥାତ୍ ପ୍ରାୟ ୪୪ ହଜାର ଟଙ୍କା ଜରିମାନା ଲଗାଇଥିଲେ। କିନ୍ତୁ ଅଭିଯୁକ୍ତ ଜଣକ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାକୁ ଚ୍ୟାଲେଞ୍ଜ କରିବା ପରେ ତାଙ୍କୁ କିଛି ମାତ୍ରାରେ ଆରାମ ମିଳିଛି ​​ଏବଂ ଜୋରିମାନା ୧୦୦ ୟୁରୋ ଅର୍ଥାତ୍ ପ୍ରାୟ ୯ ହଜାର ଟଙ୍କାକୁ ହ୍ରାସ କରାଯାଇଛି।

ତେବେ ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ, ସାର୍ବଜନୀକ ସାଳିନତା ଉଲ୍ଲଂଘନ କରିଥିବାରୁ ଉକ୍ତ ବ୍ୟକ୍ତିଙ୍କ ଉପରେ ଭିଏନା ପୋଲିସ ଜରିମାନା ଲଗେଇଥିଲା। ପ୍ରଥମେ ଲାଗିଥିବା ଜରିମାନା ପରିମାଣ ବିରୁଦ୍ଧରେ ବ୍ୟକ୍ତି କୋର୍ଟରେ ଯୁକ୍ତି କରିଥିଲେ ଯେ ପାଡ଼ିବା ଏକ ଜୈବିକ ପ୍ରକ୍ରିୟା ଏବଂ ଏହା ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିଲେ ମଧ୍ୟ ତାହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଭାବରେ ଗ୍ରହଣ କରାଯିବା ଉଚିତ। କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ କରିବା ସହ ତାଙ୍କ ଜୋରିମାନା ପରିମାଣକୁ ୫୦୦ ରୁ ୧୦୦ ୟୁରୋକୁ ହ୍ରାସ କରିଥିଲେ। ପ୍ରକୃତରେ, ଏହି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଜୋରିମାନା ପରିମାଣ କୋର୍ଟ ହ୍ରାସ କରିଛନ୍ତି। ଏଥି ସହିତ କୋର୍ଟ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବାରୁ ଜରିମାନା ପରିମାଣ କମ ହୋଇଛି। ତେବେ ଏହି ଖବରଟି ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟର ସୀମା ନାହିଁ କହିଲେ ଚଳେ।

Leave a Reply

Your email address will not be published. Required fields are marked *