ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ମେସେଜ ପଠାଉଥିଲେ ବସ୍

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ମେସେଜ ପଠାଉଥିଲେ ବସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଭିନ୍ନ ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି କାର୍ଯ୍ୟସ୍ଥଳରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ପୁରୁଷ ସହକର୍ମୀଙ୍କଠୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସେମାନଙ୍କୁ ଅନେକ ସମୟରେ ମାନସିକ ନିର୍ଯାତନା ସହ ଅଶ୍ଲୀଳ ଇଙ୍ଗିତ କରିଥାନ୍ତି। ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ଅନେକ ମହିଳା ଚାକିରି ଛାଡିବାକୁ ବାଧ୍ୟ ହୁଅନ୍ତି। ହେଲେ ଚାଇନାରେ ଜଣେ ମହିଳା ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ମେସେଜ କରୁଥିବା ନିଜ ବସଙ୍କୁ ଉତ୍ତମମଧ୍ୟମ ଦେଇଛନ୍ତି। ସେ ତାଙ୍କ ବସଙ୍କ ଏହି ଭଳି ହିନ ବ୍ୟବହାର ପାଇଁ ଝାଡୁରେ ବହେ ପିଟିବା ସହ ବାଥରୁମ୍ ର ଅପରିଷ୍କାର ପାଣି ଫୋପାଡି ଛନ୍ତି। ଏବେ ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ କାର୍ଯ୍ୟକୁ ଦେଖି ଲୋକମାନେ ବେଶ ପ୍ରଶଂସା କରୁଛନ୍ତି।

ଖବର ଅନୁଯାୟୀ ଚୀନର ଏହି ମହିଳା ସରକାରୀ କର୍ମଚାରୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବସ୍ ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ଅଶ୍ଲୀଳ ମେସେଜ ପଠାଉଥିଲେ। ଭିଡିଓରେ ଜଣା ପଡିଛି ଯେ ଜୋଉ ନାମକ ଏହି ମହିଳା ଜଣକ ପ୍ରଥମେ ନିଜ ବସ୍ ଉପରେ ଟବରେ ଭର୍ତ୍ତି ହୋଇଥିବା ବାଥରୁମ୍ ପାଣି ଫିଙ୍ଗନ୍ତି ଏବଂ ଏହାପରେ ତାଙ୍କ ଅଫିସ୍ ଭିତରେ ପଶି ସେଠାରେ ଥିବା ଏକ ମୋବ ବା ଝାଡୁରେ ଧୁମ୍ ପିଟୁଛନ୍ତି। କେବଳ ସେତିକି ନୁହେଁ, ମହିଳା ଜଣକ ତାଙ୍କ ବସ୍ ୱାଙ୍ଗଙ୍କ ଆଗରେ ରହିଥିବା ବହିକୁ ତାଙ୍କ ଉପରକୁ ଜୋରରେ ଫୋପାଡି ମାରିଥିଲେ। ତେବେ ମାଲିକଙ୍କୁ ମାଡ ମରାଯିବା ମାତ୍ରେ ମହିଳାଙ୍କ ସହ ଠିଆ ହୋଇଥିବା ଆଉ ଜଣେ ମହିଳା ସମସ୍ତ ଘଟଣାର ଭିଡିଓ କରିବାକୁ ଲାଗନ୍ତି, ଯାହାକୁ ଦେଖି ୱାଙ୍ଗ ମୁହଁ ଲୁଚାଇଥିଲେ।

https://youtu.be/WtLyPq–0ts
କେବଳ ସେତିକି ନୁହେଁ ମୁହଁ ଲୁଚାଇ ଲୁଚାଇ ମାଲିକ ମହିଳା କର୍ମଚାରୀଙ୍କୁ କ୍ଷମା ମାଗିଥିଲେ ଏବଂ ମେସେଜ ପଠାଇବା ବେଳେ ସେ ଥଟ୍ଟା କରୁଥିବାର କହିଥିଲେ। ଏହା ଶୁଣି ସେଠାରେ ଥିବା ଅନ୍ୟ ମହିଳା ଜଣକ କହିଥିଲେ, 'ଏହା କିପରି ଥଟା ହୋଇପାରେ? ଏହା ତୁମର ଖରାପ ଚରିତ୍ରର ପ୍ରତିଛବି। ଆପଣ କେବେ ନିଜ ଅଫିସ୍ କର୍ମଚାରୀଙ୍କ ବିଷୟରେ ଚିନ୍ତା କରିଛ କି? ' ଅନ୍ୟ ମହିଳା ଜଣକ କ୍ରୋଧରେ ତାଙ୍କ ସାମ୍ନା ଟେବୁଲ ଉପରେ ରଖାଯାଇଥିବା ପୁସ୍ତକ ଏବଂ ଅନ୍ୟ ଜିନିଷପତ୍ର ଫୋପଡ଼ିବାକୁ ଲାଗିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଆହୁରି ଅନେକ ଲୋକଙ୍କୁ ଫୋନ କରି ଏହି ବିଷୟରେ ସୂଚନା ଦେଉଛନ୍ତି ଏବଂ ଦାବି କରିଛନ୍ତି ଯେ ଏହି ବ୍ୟକ୍ତି ଅଫିସରେ ଅନେକ ମହିଳାଙ୍କୁ ହଇରାଣ କରିବା ସହ ଅଶ୍ଲୀଳ ମେସେଜ ପଠାଉଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣାକୁ କଏଦ କରିଥିବା ଏହି ୧୪ ମିନିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୂରା ଘଟଣା ବିଷୟରେ ଜାଣିବା ପରେ ଲୋକମାନେ ମହିଳାଙ୍କୁ ବହୁତ ପ୍ରଶଂସା କରୁଛନ୍ତି, କାରଣ ସେ ନିଜ ପାଇଁ ଏବଂ କାର୍ଯ୍ୟାଳୟର ଅନ୍ୟ ମହିଳା ସଦସ୍ୟମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସାଧାରଣ ଭାବେ ଆମ ସମାଜରେ ଏଭଳି ଘଟଣାକୁ ଲୋକମାନେ ଚାପି ଦେବାକୁ ଚେଷ୍ଟା କରିଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: