ଚୀନ୍, ପାକ୍ କୁ ଶକ୍ତ ଚାପୁଡ଼ା: ମିଳିତ ସମରାଭ୍ୟାସକୁ ଭାରତର ବୟକଟ

ଚୀନ୍, ପାକ୍ କୁ ଶକ୍ତ ଚାପୁଡ଼ା: ମିଳିତ ସମରାଭ୍ୟାସକୁ ଭାରତର ବୟକଟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରୁଷିଆ ସାମ୍ନାରେ ପଡ଼ୋଶୀ ଚୀନ୍ ଏବଂ ଶତ୍ରୁ ଦେଶ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡ଼ା । ରୁଷିଆରେ ଅନୁଷ୍ଠିତ ହେବାକୁ ଥିବା ବହୁଦେଶୀୟ ସମରାଭ୍ୟାସରେ ସାମିଲ ହେବ ନାହିଁ ଭାରତ । ଇଷ୍ଟର୍ଣ୍ଣ ଲଦାଖରେ ଚୀନ୍ ସହ ଯୁଦ୍ଧ ଭଳି ସ୍ଥିତି ଏବଂ ପାକିସ୍ତାନ ସହ ସୀମା, କାଶ୍ମୀର ଏବଂ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତ ଏହି ଯୁଦ୍ଧାଭ୍ୟାସରେ ସାମିଲ ହେବ ନାହିଁ ବୋଲି ରୁଷକୁ ବୁଝାଇଛି । ଭାରତ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ ସହ ନିଜ ସେନା kavkajz-2020ରେ ସାମିଲ ହେବ ନାହିଁ ।

ଏମିତିରେ ଭାରତରେ କରୋନା ସ୍ଥିତି ଯେଉଁଭଳି ଜଟିଳତା ଆଡକୁ ଯାଉଛି ଏବଂ ଭାରତୀୟ କତ୍ତୃପକ୍ଷ ବର୍ତ୍ତମାନ କୋଭିଡ୍ ମୁକାବିଲା ପାଇଁ ଧ୍ୟାନ ଦେଉଛନ୍ତି ସେ ସମୟରେ ଋଷ ଯିବା ଠିକ୍ ହେବ ନାହିଁ କୁହାଯାଇଛି । ପ୍ରତ୍ୟକ ଦିନ ଦେଶରେ 70 ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଭାରତର ଲଢ଼େଇ ବର୍ତ୍ତମାନ କରୋନା ସହ ଦୁଇ ଶତ୍ରୁ ରାଷ୍ଟ୍ର ସହ ସମରାଭ୍ୟାସ ପାଇଁ ନୁହେଁ ବୋଲି ନୂଆଦିଲ୍ଲୀ କହିଛି ।

ଏନିଷ୍ପତ୍ତି ସମ୍ପର୍କରେ ଆଜି ନୂଆଦିଲ୍ଲୀ ନର୍ଥ ବ୍ଲକରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ବୈଦେଶୀକ ମନ୍ତ୍ରୀ ଏସ.ଜୟଶଙ୍କର , ତିନି ସେନାମୁଖ୍ୟଙ୍କ ମୁଖ୍ୟ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ -ସିଡିଏସ) ଜେନେରାଲ ବିପିନ ରାୱତ ଏବଂ ବୈଦେଶୀକ ଓ ପ୍ରତିରକ୍ଷା ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଚୀନ୍ ସହ ଇଷ୍ଟର୍ଣ୍ଣ ଲଦାଖରେ ଭାରତର ସାମରିକ ଅସ୍ଥିରତା ଲାଗି ରହିଛି । ପ୍ରକୃତ ନିୟନ୍ତ୍ରଣ ରେଖା (ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ-LAC)ରେ ଭାରତୀୟ ସେନା ହାଇ ଆଲର୍ଟରେ ରହିଛି । ଆଉ ଏଭଳି ସମୟରେ ଉପରମୁହାଁ ହୋଇ ଏକାଠି ସମରାଭ୍ୟାସ କରିବା ଅନୁଚିତ୍ ହେବ ତେଣୁ ଏହି ବହୁଦେଶୀୟ ଯୁଦ୍ଧାଭ୍ୟାସରେ ଭାରତ ସାମିଲ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଗତ ଜୁନ୍ ମାସ 15 ତାରିଖରୁ ଚୀନ ସହ ଭାରତର ସାମିରକ, ରାଜନୈତିକ ଏବଂ କୂଟନୈତିକ କ୍ଷେତ୍ରରେ ତିକ୍ତତା ବଢ଼ିଛି । ଚୀନ୍ ର ରେଡ ଆର୍ମୀ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ 20ଜଣ ଭାରତୀୟ ଯବାନଙ୍କ ସହିଦ ପରେ ସ୍ଥିତି ଏବ ଉତ୍ତେଜନାମୂଳକ ରହିଛି । ଦୁଇ ଦେଶ ମଧ୍ୟରେ ସାମିରକ ସ୍ତରରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ସ୍ଥିତି ଏପର୍ଯ୍ୟନ୍ତ ଯେ, ସ୍ୱାଭାବିକ ହୋଇଛି ତାହା କୁହାଯାଇ ପାରିବ ନାହିଁ , ଆଉ ଏହି ଦୃଷ୍ଟି କୋଣରୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ଭାରତ ସାହସ ଦେଖାଇଛି ।

ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ମାସରେ ସାଙ୍ଘାଇ ସହଯୋଗ ପ୍ରତିଷ୍ଠାନ (ସାଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ –SCO) ର ବୈଠକରେ ସାମିଲ ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରୁଷିଆ ଗସ୍ତ କରିବେ । ସେପ୍ଟେମ୍ବର 4ରୁ 6 ତାରିଖ ଯାଏ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ତାହା ପୂର୍ବରୁ ଚୀନ୍ ସହ କୌଣସି ଅଧିକାରୀ ସ୍ତରୀୟ ଆଲୋଚନା ହେବ ନାହିଁ ବୋଲି ମଧ୍ୟ ନୂଆଦିଲ୍ଲୀ ସଫା ସଫା ଜଣାଇ ଦେଇଛି । ବୈଠକ ପୂର୍ବରୁ ଭାରତୀୟ ପ୍ରତିନିଧି ଦଳ ମଧ୍ୟ ଚୀନ୍ ପ୍ରତିପକ୍ଷ ( ଚାଇନିଜ୍ କାଉଣ୍ଟରପାର୍ଟ )ଙ୍କ ସହ ଏପ୍ରସଙ୍ଗରେ ଆଲୋଚନା କରିବେ । ସେପଟେ ସୂତ୍ରରୁ ଜଣାପଡ଼ିଛି ଯେ, ଏସସିଓ ବୈଠକରେ ଏଲଓସିରେ ଚୀନ୍ ଜାରି ରଖିଥିବା ହରକତକୁ ଭାରତ ପ୍ରସଙ୍ଗ କରିବ ।

ସେପ୍ଟେମ୍ବର ଶେଷ ବେଳକୁ ଦକ୍ଷୀଣ ରୁଷିଆରେ ବହୁଦେଶୀୟ ଯୁଦ୍ଧାଭ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ସାମିଲ ହେବାକୁ ଭାରତକୁ ନିମନ୍ତ୍ରଣ ପଠାଇଛି ରୁଷିଆ । ଆସ୍ତ୍ରାଖାନ୍ ପ୍ରାନ୍ତରେ ଏହି ସମରାଭ୍ୟାସ ହେବ । ଗତ ସମରାଭ୍ୟାସରେ କିନ୍ତୁ ଭାରତ ଅଂଶଗ୍ରହଣ କରିଥିଲା , ପାକିସ୍ତାନ ମଧ୍ୟ ଏଥିରେ ନିଜ ସୈନବାହିନୀକୁ ପଠାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: