ଦୂତି ପାଇଲେ ଅର୍ଜୁନ ପୁରସ୍କାର

ଦୂତି ପାଇଲେ ଅର୍ଜୁନ ପୁରସ୍କାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୌଡ଼ରାଣୀ ଦୂତି ଚାନ୍ଦ ପାଇଲେ ଅର୍ଜୁନ ପୁରସ୍କାର। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦୂତିଙ୍କ ସମେତ ୨୬ଜଣ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ସମାରୋହରେ ତୀରନ୍ଦାଜ ଅତନୁ ଦାସ, ବନ୍ଧୁକ ଚାଳକ ମନୁ ଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ପାରାଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା, ହକି ଖେଳାଳି ରାଣୀ ରାମପାଲଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି। ଜୀବନବ୍ୟାପୀ ଉକ୍ତୃଷ୍ଟ କୋଚିଂ ପାଇଁ ୮ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: