ଅନଲକ୍ 4 ଗାଇଡଲାଇନ୍: କେନ୍ଦ୍ର ସରକାର ପ୍ରସ୍ତୁତ କଲେ ଗାଇଡ୍ ଲାଇନ୍, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ହେଉଛି ପ୍ରସ୍ତୁତି

ଅନଲକ୍ 4 ଗାଇଡଲାଇନ୍: କେନ୍ଦ୍ର ସରକାର ପ୍ରସ୍ତୁତ କଲେ ଗାଇଡ୍ ଲାଇନ୍, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ହେଉଛି ପ୍ରସ୍ତୁତି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାରା ଦେଶରେ ଆରମ୍ଭ ହୋଇଯାଇଛି ଅନଲକ୍ ପ୍ରକ୍ରିୟା । ବର୍ତ୍ତମାନ ଦେଶରେ ଜାରି ରହିଛି ଅନଲକ୍ 3, ଏହାରି ମାଧ୍ୟମରେ କରୋନା ମହାମାରୀ ସମୟରେ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ସରକାର କେତେକ କଟକଣାକୁ କୋହଳ କରିଛନ୍ତି । ଏବେ ଅନଲକ୍ 4 ପାଇଁ ସରକାର ଗାଇଡ ଲାଇନ୍ ପ୍ରସ୍ତୁତ କରିଛନ୍ତି ।

ବର୍ତ୍ତମାନ ଭାରତ ସରକାର ଅନଲକ୍ 4ରେ କିଛି କଟକଣା ସହ ସେପ୍ଟେମ୍ବର ପହିଲାରୁ କିଛି କିଛି ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି । ସେପ୍ଚେମ୍ବର 1ରୁ ନଭେମ୍ବର 14 ମଧ୍ୟରେ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଉଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହାରି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବିଚାର ବିମର୍ଶ କରିଥିିବା ଜଣାପଡ଼ିଛି । ଜଣାପଡ଼ିଛି ଯେ, ଅନ୍ତିମ ପର୍ଯ୍ୟାୟ ଅନଲକ୍ ରେ ଏହାରି ସମ୍ପର୍କରେ ସରକାର ସୂଚନା ଦେବେ । କେତେକ ରାଜ୍ୟରେ ହାୟର ସେକେଣ୍ଡାରୀୀ ସ୍କୁଲ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅବଶ୍ୟ ଏହି ପ୍ରସଙ୍ଗରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପକ୍ଷରୁ ସହମତି ମିଳିନାହିଁ କିନ୍ତୁ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିବା ଅଧିକାରୀଙ୍କ ସୂଚନା ଅନୁସାରେ ଯେଉଁ ସବୁ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି ପ୍ରାଥମିକ ପର୍ଯ୍ୟାୟରେ ସେହି ସବୁ ରାଜ୍ୟରେ ସ୍କୁଲ ଏବଂ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସବୁ ରାଜ୍ୟମାନେ ଏଥିପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି ।

ଉତ୍ତରପୂର୍ବ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ଅଧିକ

ଉତ୍ତର ପୂର୍ବ ରାଜ୍ୟ ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡରେ କରୋନା ପଜିଟିଭ୍ ସଂଖ୍ୟାରେ ଦୃତ ହ୍ରାସ ଘଟିଛି । ଏହି ସବୁ ରାଜ୍ୟରେ ଆକ୍ଟିଭ୍ କେସ ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ କମ୍ ରହିଛିି । ଏଣୁ ଏହି ସବୁ ରାଜ୍ୟ ଏବେ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି । ଏଣୁ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ ରାଜ୍ୟରେ ସରକାର ସ୍କୁଲ ଓ କଲେଜ ଖୋଲିବା ସପକ୍ଷରେ ଅଛନ୍ତି ।

ହିମାଚଳର କ’ଣ ରହିଛି ପ୍ଲାନ୍?

ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ କୋଭିମ୍ ମାମଲା ସଂଖ୍ୟା ବହୁତ କମ୍ । ରାଜ୍ୟ ସ୍ୟାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନିସାରେ ବର୍ତ୍ତମାନ ରାଜ୍ୟରେ ମୋଟ୍ 1488 ଆକ୍ଟିଭ୍ କେସ ରହିଛି । ଅର୍ଥାତ ନୂଆ କୋଭିଡ୍ ଗାଇଡ ଲାଇନ୍ ଅନୁସାରେ ହିମାଚଳ ପ୍ରଦେଶ ସରକାର ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବର୍ତ୍ତମାନ ସୁଦ୍ଧା କିନ୍ତୁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ଉତ୍ତରାଖଣ୍ଡରେ ଖୋଲିବ ସେକେଣ୍ଡାରୀ ସ୍କୁଲ?

ସୂତ୍ର ଅନୁସାରେ ଉତ୍ତରାଖଣ୍ଡ ସରକାର ସିନିୟର କଲେଜ ଖୋଲିବା ପାଇଁ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାରଙ୍କ ମାନିବା କଥା ଯେ, ଏହି ସବୁ ରାଜ୍ୟ ରେ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି କିନ୍ତୁ ଅଭିଭାବକ ଏବଂ ସ୍କୁଲ-କଲେଜ ମ୍ୟାନେଜମେଣ୍ଟ ସହ ଆଲୋଚନା କରିବା ଆବଶ୍ୟକ । ଏବେ ଦେବଭୂମୀ ଉତ୍ତରାଖଣ୍ଡରେ 4410 ଆକ୍ଟିଭ୍ କେସ୍ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: