ମିଳିଲା ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା, ଏତେ ବର୍ଷ ପରେ ବି ରହିଛି ପୂରା ସତେଜ

ମିଳିଲା ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା, ଏତେ ବର୍ଷ ପରେ ବି ରହିଛି ପୂରା ସତେଜ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମୟ ଚକ୍ରରେ ଅନେକ ବସତି ଲୋକ ପାଇବା ସହ କେତେକ ନୂଆ ବସତି ଗଢି ଉଠୁଛି। କିନ୍ତୁ ବେଳେ ବେଳେ କେତେକ ଲୋପ ପାଇଥିବା ସଭ୍ୟତାର କିଛି ଅଂଶ ବାହାରକୁ ବାହାରିଥାଏ ଯାହାକି ସମସ୍ତଙ୍କୁ ଚକିତ କରିଥାଏ। ସେହିଭଳି ଗୋଟିଏ ମାମଲା ଇସ୍ରାଇଲରୁ ସମ୍ନାକୁ ଆସିଛି। ଏଠାରେ ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା ଦେଖିବାକୁ ମିଳିଛି। କୁହାଯାଉଛି ଯେ ଏହା ଦୁନିଆର ସବୁଠାରୁ ପୁରୁଣା ଅଣ୍ଡା ମଧ୍ୟରୁ ଅନ୍ୟତମ। କିନ୍ତୁ ସଫା କରାଯିବା ସମୟରେ ଅଣ୍ଡାଟି ଭାଙ୍ଗି ଯାଇଥିବାର ଜଣା ପଡ଼ିଛି। କୁହାଯାଏ ଯେ ଏହି ଅଣ୍ଡାଟି ଦଶମ ଶତାବ୍ଦୀର। ତେବେ କେନ୍ଦ୍ରୀୟ ଇସ୍ରାଏଲର ୟାଭେନ ଜିଲ୍ଲାରେ ଖନନ ବେଳେ ଏହା ମିଳିଥିଲା। ୟାଭେନ ଜିଲ୍ଲାରେ ସହରୀ ବିକାଶ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଖନନ କରାଯାଇ ଏହି ଅଣ୍ଡାଟି ମିଳିଥିଲା।
ଇସ୍ରାଇଲର ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଡକ୍ଟର ଲି ପେରି ଗାଲ୍ କହିଛନ୍ତି, ‘ଇସ୍ରାଏଲର ଏବଂ ସମଗ୍ର ବିଶ୍ୱରେ ଏହା ଏକ ବିରଳ ଘଟଣା। ଖୋଳିବା ଦ୍ୱାରା ଅଣ୍ଡା ଖଣ୍ଡ ମିଳିବା ସର୍ବଦା କୌତୁହଳପ୍ରଦ ହୋଇଥାଏ, କିନ୍ତୁ ଏହା ସାଧାରଣ କଥା। ହେଲେ ସମ୍ପୂର୍ଣ୍ଣ ଅଣ୍ଡା ମିଳିବା ଅତ୍ୟନ୍ତ ବିରଳ ଘଟଣା ଅଟେ। ‘ ଏହାପୂର୍ବରୁ ଇସ୍ରାଇଲରେ, ଯିରୁଶାଲମର ଦାଉଦ ସହରରେ ପ୍ରାଚୀନ ଅଣ୍ଡାର ଖୋଳା ଅନେକ ଥର ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ଏହି ପୁରା ଅଣ୍ଡା ଦଶମ ଶତାବ୍ଦୀର ଏକ ପୁରାତନ ସ୍ଥାନରୁ ଉଦ୍ଧାର କରାଯାଇଛି।
ସେହି ସ୍ଥାନରେ ପ୍ରତ୍ନତତ୍ତ୍ୱବିତମାନେ ଇସଲାମୀୟ ସମୟର ଏକ ମଲକୁଣ୍ଡ ମଧ୍ୟ ପାଇଛନ୍ତି। ଇସ୍ରାଏଲର ପ୍ରତ୍ନତତ୍ତ୍ୱବିତ୍ ଆଲା ନାଗୋରସ୍କି କହିଛନ୍ତି, ‘ଏହି ଅଣ୍ଡାକୁ ସମ୍ପୂର୍ଣ୍ଣ ସଂରକ୍ଷିତ ରଖାଯାଇଥିଲା କାରଣ ଏହା ଏକ ହଜାର ବର୍ଷ ଧରି ଏକ ସ୍ୱତନ୍ତ୍ର ଅବସ୍ଥାରେ ରହିଥିଲା। ଅଣ୍ଡାଟି ମାନବ ମଳ ମଧ୍ୟରେ ପଡ଼ି ରହିଥିଲା ​​ଏବଂ ଏହି କାରଣରୁ ଏହା ବଞ୍ଚି ରହିଥିଲା। ତେବେ ଅଣ୍ଡାଟି ଭାଙ୍ଗି ଯାଇଥିବାରୁ ତାହାର କିଛି ଅଂଶ ବାହାରକୁ ଆସିଥିବା ବେଳେ ବଳକା କିଛି ଅଂଶକୁ ଭବିଷ୍ୟତରେ ଅଧିକ ଗବେଷଣା ପାଇଁ ରଖାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: