କରୋନା ଆକ୍ରାନ୍ତ ହେଲେ କମଲା ହାରିସ୍

କରୋନା ଆକ୍ରାନ୍ତ ହେଲେ କମଲା ହାରିସ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି କମଳା ହାରିସ। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ହାରିସ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସୁସ୍ଥ ରହିଛନ୍ତି। ସେହିପରି ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକା ପ୍ରଥମ ମହିଳା ଜିଲ୍ଲ ବାଇଡେନଙ୍କୁ କମଳା ହାରିସଙ୍କ କ୍ଲୋଜ କଣ୍ଟାକ୍ଟ ଭାବେ ବିବେଚନା କରାଯାଇଛି। ସେମାନଙ୍କର କରୋନା ଟେଷ୍ଟ କରାଯିବ ।

ଉଭୟ ରାପିଡ ଓ ଆରଟିପିସିଆର ଟେଷ୍ଟରେ କମଳା ହାରିସଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ତାଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନାହିଁ। ରିପୋର୍ଟ ପଜିଟିଭ ଆସିଥିବାରୁ ସେ ନିଜ ବାସଭବନରେ ଆଇସୋଲେସନରେ ଅଛନ୍ତି। କିନ୍ତୁ ଭିଡିଓ କନଫରେନ୍ସିଂରେ ସେ ସବୁ କାମ କରିବେ। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେ ପୁଣିଥରେ ହ୍ୱାଇଟ ହାଉସକୁ ଆସିପାରିବେ।କମଳା ହାରିସ ଏପ୍ରିଲ ୧୧ରେ କରୋନା ଟିକାର ବୁଷ୍ଟର ଡୋଜ୍‌ ନେଇଥିଲେ। ବୁଷ୍ଟର ଡୋଜ୍‌ ନେଇଥିବା ଲୋକମାନେ ଭାଇରସରେ ଆକ୍ରାନ୍ତ ହେଲେ ମଧ୍ୟ ଗୁରୁତର କିମ୍ବା ପ୍ରାଣ ହରାଇବାର ଆଶଙ୍କା ବହୁତ କମ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: