ଓଡ଼ିଶାରେ ବିକଶିତ ହେଉଛି ଚିକିତ୍ସା ପର୍ଯ୍ୟଟନ: ସମରେ ଚିକିତ୍ସା ପରେ ଗୁରୁତର ରୋଗରୁ ସୁସ୍ଥ ହେଲେ ଇରାକୀ ନାଗରିକ

ଓଡ଼ିଶାରେ ବିକଶିତ ହେଉଛି ଚିକିତ୍ସା ପର୍ଯ୍ୟଟନ: ସମରେ ଚିକିତ୍ସା ପରେ ଗୁରୁତର ରୋଗରୁ ସୁସ୍ଥ ହେଲେ ଇରାକୀ ନାଗରିକ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ ହୋଇଛି। ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ଓଡ଼ିଶାରେ ହେଲା ସଫଳ ଚିକିତ୍ସା । ଅବ୍‌ଦୁଲ୍ ଖାଲେକ ଆବେଦ ଇମ୍ରାନ୍ ଅଲ୍ କନନ୍ ନାମକ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ ଓଷ୍ଟିଓମାଇଲିଟିଜ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ସମମ୍‌ରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି । ଅବ୍‌ଦୁଲ୍ ଖାଲେକ ଏହି ଜଟିଳ ରୋଗରେ ପୀଡ଼ିତ ହେବା ପରେ ତାଙ୍କ ପରିବାରବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ । କାରଣ ଇରାକରେ ଏହି ବ୍ୟାଧିର ଚିକିତ୍ସା ନିମନ୍ତେ କୌଣସି ସୁବିଧା ନଥିଲା । ଅନ୍ୟ ପକ୍ଷରେ ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହେବା ଆରମ୍ଭ କରିବା ସହ ମୁଣ୍ଡରେ ଯନ୍ତ୍ରଣା ମଧ୍ୟ ବୁଦ୍ଧି ପାଇଥିଲା।

ତାଙ୍କର ଏଭଳି ଅବସ୍ଥା ଦେଖି ପରିବାରବର୍ଗ ଭୟଭୀତ ହୋଇଥିଲେ । ଏକ ପ୍ରତିଷ୍ଠିତ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ସ୍କଲବେସ୍ ସର୍ଜରୀର ଆବଶ୍ୟକତା ଥିବାରୁ ଇମ୍ରାନଙ୍କୁ ଭାରତ ଆଣି ଚିକିତ୍ସା କରାଇବା ନିମନ୍ତେ ତାଙ୍କ ପୁଅ ସାଫା ଅବ୍‌ଦୁଲ୍ ଖାଲେକ ଆବେଦ୍ ନିଷ୍ପତି ନେଇଥିଲେ ।ଭାରତରେ ଏହି ବ୍ୟାଧିର ଚିକିତ୍ସା ନିମନ୍ତେ ଅନେକ ହସ୍ପିଟାଲ୍‌ରେ ସନ୍ଧାନ କରିବା ପରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସା କରାଇବା ପାଇଁ ନିଷ୍ପତି ନେଇଥିଲେ ପୁଅ ସାଫା । ସମ୍ମମ୍ ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ଅଧିନରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ ଇମ୍ରାନ୍ । କିଛି ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅପରେସନ୍ ପ୍ରସ୍ତୁତି କରିଥିଲେ ଡାକ୍ତର ସାହୁ । ଗୋଟିଏ ଥରରେ ଉଭୟ ଲାଟେରାଲ୍ ଏବଂ ଆଂଟେରିୟର୍ ସ୍କଲ ବେସ୍ ସର୍ଜରୀ କରାଯାଇଥିଲା । ସର୍ଜରୀ ପରେ ବଙ୍କା ହୋଇଯାଇଥିବା ମୁହଁର ଅବସ୍ଥା ଧୀରେ ଧୀରେ ଠିକ୍ ହେବାରେ ଲାଗିଛି ବୋଲି ଡାକ୍ତର ସାହୁ କହିଛନ୍ତି । ଇମ୍ରାନ୍ ଏବେ ସୁସ୍ଥ ଅଛନ୍ତି ଏବଂ ତାଙ୍କର ପରିବାରବର୍ଗଙ୍କର ଆତ୍ମବିଶ୍ୱାସ ବୃଦ୍ଧିପାଇଛି, ସେମାନେ ଆଶ୍ବସ୍ତ ଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଇରାକୀ ନାଗରିକ ସମ୍ମମ୍ ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଡାକ୍ତର ସାହୁ କହିଛନ୍ତି ।

ରୋଗ ସମ୍ପର୍କରେ ଡାକ୍ତର ସାହୁ କହିଛନ୍ତି ଯେ ସେଂଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌ ଏକ ବିରଳ ବ୍ୟାଧି ଓ ଏଥିରେ ଜୀବନ ପ୍ରତି ବିପଦ ଥାଏ । କାନ ଏବଂ ନାକରେ ଏହାର ସଂକ୍ରମଣ ହୋଇଥାଏ । ଅସ୍ଥିମଜ୍ଜାରେ ବ୍ୟାକ୍ଟେରିଆ ବା ଫଙ୍ଗସ୍ ଯୋଗୁଁ ଏହି ସଂକ୍ରମଣ ହୋଇଥାଏ । କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଏବଂ ବହୁଳ ମାତ୍ରାରେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ସଂକ୍ରମଣର ଶିକାର ହୋଇଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: