ବାଂଲାଦେଶକୁ ଭାରି ହେଲାଣି ରୋହିଙ୍ଗ୍ୟା ବୋଝ, ଫେରାଇ ନେବାକୁ ଭାରତକୁ ମାଗିଲା ସହାୟତା

ବାଂଲାଦେଶକୁ ଭାରି ହେଲାଣି ରୋହିଙ୍ଗ୍ୟା ବୋଝ, ଫେରାଇ ନେବାକୁ ଭାରତକୁ ମାଗିଲା ସହାୟତା

ପ୍ରିଜମ ନ୍ୟୁଜ ବ୍ୟୁରୋ:ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା କାଲି ଅର୍ଥାତ୍ ସେପ୍ଟେମ୍ବର ୫ ରେ ଭାରତ ଗସ୍ତରେ ଆସିବେ। ଏହାରି ପୂର୍ବରୁ ସେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସମସ୍ୟା ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିଷୟରେ ସେ କହିଛନ୍ତି ଯେ ସେମାନେ ଦେଶ ପାଇଁ ଏକ ବଡ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ ଖୋଜିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସେମାନଙ୍କୁ ନିଜ ଦେଶକୁ ମାନଙ୍କୁ ଫେରିଯିବାରେ ସାହାଯ୍ୟ କରିବ।

ଏବେ ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀ ଅଛନ୍ତି। ତେଣୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ପଡୋଶୀ ଦେଶ ଏନେଇ କିଛି ପଦକ୍ଷେପ ନେବା ଉଚିତ ଯାହା ଦ୍ୱାରା ସେମାନେ ନିଜ ଦେଶକୁ ଫେରିପାରିବେ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି।ମାନବିକତା ଭିତ୍ତିରେ ଆମେ ସେମାନଙ୍କୁ ଆଶ୍ରୟ ଦେଇଥିଲୁ ଏବଂ ସବୁକିଛି ଯୋଗାଇଥିଲୁ। କୋଭିଡ ମହାମାରୀ ସମୟରେ, ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟିକାକରଣ ମଧ୍ୟ କରିଥିଲୁ, କିନ୍ତୁ ସେମାନେ କେତେ ଦିନ ଏଠାରେ ରହିବେ। ସେମାନେ କ୍ୟାମ୍ପ ତିଆରି କରି ବାସ କରୁଛନ୍ତି। ଯାହାଦ୍ଵାରା ପରିବେଶଗତ ସମସ୍ୟା ଉପୁଯୁଛି। ଡ୍ରଗ୍ସ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମହିଳା ଚୋରା ଚାଲାଣ ଭଳି ଅସାମାଜିକ କାର୍ଯ୍ୟ ବୃଦ୍ଧି ହେଉଛି। ତେଣୁ ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ।ପଡୋଶୀ ଦେଶ ହୋଇଥିବାରୁ ଭାରତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହାସହ ଭାରତ ତାଙ୍କୁ ପୂର୍ବରୁ ଅନେକ ସମସ୍ୟା ସମୟରେ ସହାୟତାର ହାତ ବଢେଇଛି ଏହି ସମସ୍ୟାରୁ ମଧ୍ୟ ମୁକ୍ତି ଦେବାରେ ସହଯୋଗ କରିବ ବୋଲି ସେ କହିଛନ୍ତି। ଭାରତ ଏକ ବଡ଼ ଦେଶ, ତେଣୁ ଭାରତ ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ କରିପାରିବେ। ଆମ ପାଖରେ ୧.୧ ମିଲିୟନ ରୋହିଙ୍ଗ୍ୟା ଅଛନ୍ତି। ଭାରତ ପାଖରେ ଏହାର ସଂଖ୍ୟା ଖୁବ୍ କମ। ଯେତେଶୀଘ୍ର ସେମାନେ ଫେରିଯିବେ ଏହା ଆମ ପାଇଁ ଓ ମିଆଁମାର ପାଇଁ ଭଲ ହେବ ବୋଲି ହସିନା କହିଛନ୍ତି। ଏଥିପାଇଁ ବାଂଲାଦେଶ ମିଆଁମାର ସହ ଆଲୋଚନା ଜାରି ରଖିଥିବା ବେଳେ ଏଏସ୍ଇଏଏନ୍‌ ଓ ଜାତିସଂଘ ଭଳି ଅନ୍ତର୍ଜାତୀୟ ବୋର୍ଡ ସହ ମଧ୍ୟ ଆଲୋଚନା କରୁଛି। କିନ୍ତୁ ଭାରତ ଆମର ପଡ଼ୋଶୀ ରାଷ୍ଟ୍ର। ତେଣୁ ଏ କ୍ଷେତ୍ରରେ ସେ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆମେ ଆଶା କରୁଛି ବୋଲି ଶେଖ୍ ହସିନା କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: