ଜାତୀୟ ସ୍ତରରେ ଚମକିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ଶାସକ ସମ୍ମାନ ପାଇଲେ ନବୀନ

ଜାତୀୟ ସ୍ତରରେ ଚମକିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ଶାସକ ସମ୍ମାନ ପାଇଲେ ନବୀନ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପୁଣି ଜାତୀୟ ସ୍ତରରେ ଚମକିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶାସକ ସମ୍ମାନ। କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଗ୍ରହଣ କଲେ ଜୀବନବ୍ୟାପୀ ସାଧନା ସମ୍ମାନ।ଚଳିତ ବର୍ଷର କ୍ୟାପିଟାଲ ଫାଉଣ୍ଡେସନ ଲାଇଫି ଟାଇମ୍ ଅଚିଭିମେଣ୍ଟ ଆୱାର୍ଡ଼ରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶମୂଳକ କାର୍ଯ୍ୟ, ବଳିଷ୍ଠ ନେତୃତ୍ବ ପାଇଁ ସମ୍ମାନିତ କରିଛି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁରସ୍କାର ପାଇ ନିଜକୁ ସମ୍ମାନିତ ଅନୁଭବ କରୁଛି। ୨୨ ବର୍ଷ ହେଲା ସେବକରିବାର ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ଜଣାଉଛୁ। ଏହାସହ ସାଢେ଼ ୪ କୋଟି ଓଡ଼ିଆଙ୍କୁ ପୁରସ୍କାର ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା। ମିଶନ ଶକ୍ତିରେ ମହିଳାଙ୍କୁ ସଶକ୍ତିକରଣ। ରାଜ୍ୟକୁ ୪ର୍ଥ କୃଷି କର୍ମଣ ପୁରସ୍କାର ଚାଷୀଙ୍କ ପାଇଁ ମିଳିଛି। ଷ୍ଟିଲ ଓ ଅଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଗୁଆ। ନିବେଶକଙ୍କ ପସନ୍ଦ ଓଡ଼ିଶା, ରାଜ୍ୟକୁ ଆସୁଛି ଅଧିକ ପୁଞ୍ଜି। ହକି ବିଶ୍ଵକପ ଆୟୋଜନ କରିବାକୁ ଯାଉଛି ଓଡ଼ିଶା। ମୋ ସରକାର ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆଣିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: