ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବରେ ‘ସ୍ମରଣିକା -୨୦୨୨’ ଉନ୍ମୋଚିତ

ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବରେ ‘ସ୍ମରଣିକା -୨୦୨୨’ ଉନ୍ମୋଚିତ

ପ୍ରିଜମ ନ୍ୟୁଜ ବ୍ୟୁରୋ:ସ୍ଵରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପଠାରେ ନଭେମ୍ବର ୨୧ଓ ୨୨ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି I ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ତଥା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ଵାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ପରିଷଦର କାର୍ଯ୍ୟକାରୀ ସଭାପତି ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସାଧାରଣ ସମ୍ପାଦକ ବିଜୟ ସ୍ୱରୂପ ପଣ୍ଡା ପରିଷଦର ବାର୍ଷିକ ବିବରଣୀ ପାଠ ଜରିଆରେ ଚଳିତ ବର୍ଷ ପରିଷଦ କରିଥିବା କେତେକ ଉଲ୍ଲେଖନୀୟ କାର୍ଯ୍ୟ ର ସୂଚନା ଦେଇଥିଲେ I ଏହି ଅବସରରେ ପରିଷଦର ବାର୍ଷିକ ପତ୍ରିକା ସ୍ମରଣିକା -୨୦୨୨ ଅତିଥି ମାନେ ଉନ୍ମୋଚନ କରିଥିଲେ ।

ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ପରିଷଦ ଦ୍ୱାରା ପୂବାଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯାଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ପରିଷଦର ସଦସ୍ୟମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପଦକ୍ଷେପ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଡ଼. ଵାଲା ମହୋଦୟା ପରିଷଦର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ପରିଷଦ ଜନହିତକର କାର୍ଯ୍ୟମାନ କରିବାକୁ ଉପଦେଶ ଦେଇଥିଲେ I

କ୍ରୀଡା, ସାଇକେଲ ଚାଳନା ଏବଂ ଅନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇଥିବା, ସଭ୍ୟ ସଭ୍ୟା ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସଭାକାର୍ଯ୍ୟ ପରେ ବିଭାଗର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିଭଳି ୨୨ରିଖ ସନ୍ଧ୍ୟାରେ ପ୍ରୀତି ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ହାସ୍ୟରସାତ୍ମକ ନାଟକ “ଅସଲି କିଏ” ବିଭାଗର କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ଏଥିରେ ଅମରେନ୍ଦ୍ର ବେହେରା, ସୁନାଚାନ୍ଦ ପ୍ରଧାନ, ତନ୍ମୟ କୁମାର ମହାପାତ୍ର , ଆଲୋକ ବେଉରା, ବିମଲ ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: