ପ୍ରେମିକ ଫୋନରେ ମହିଳା କଣ୍ଠସ୍ୱର ଶୁଣି ଘର ଜାଳିଦେଲା ଯୁବତୀ

ପ୍ରେମିକ ଫୋନରେ ମହିଳା କଣ୍ଠସ୍ୱର ଶୁଣି ଘର ଜାଳିଦେଲା ଯୁବତୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: କୌଣସି ଝିଅ କେବେ ସହ୍ୟ କରିପାରିବ ନାହିଁ ଯେ ତା ପ୍ରେମିକ ଧୋକା ଦେଉଛି ବା ତା ପିଠି ପଛରେ ଠକୁଛି। ତେବେ ଗୋଟିଏ ଯୁବତୀ ଯେତେବେଳେ ଅନୁଭବ କଲେ ତାଙ୍କ ପ୍ରେମିକ ତାଙ୍କୁ ଧୋକା ଦେଉଛି , ସେତେବେଳେ ତାଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ କ୍ରୋଧିତ ହୋଇ ସେ ଏପରି କିଛି କଲେ ଯାହା ତାଙ୍କୁ ସିଧାସଳଖ ଜେଲକୁ ଟାଣି ନେଲା। ଆମେରିକାର ଟେକ୍ସାସରେ ଜଣେ ୨୩ ବର୍ଷର ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ନିଆଁ ଲଗାଇ ଗିରଫ ହୋଇଛନ୍ତି। ଏଥିସହ ଝିଅଟି ନିଆଁ ଲଗାଇବା ପୂର୍ବରୁ ପ୍ରେମିକ ଘରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ପୋଲିସ ଏହି ଘଟଣାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ପଢ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ବକ୍ସର କାଉଣ୍ଟି ପୋଲିସର ସୂଚନାନୁସାରେ, ୨୩ ବର୍ଷିୟ ସେନାଇଡା ମାରି ସୋଟୋ ତାଙ୍କ ପ୍ରେମିକଙ୍କୁ କଲ କରିଥିଲେ। କିନ୍ତୁ ଯେତେବେଳେ ସେ ଫୋନରେ ଅନ୍ୟ ଜଣେ ମହିଳାଙ୍କ ସ୍ୱର ଶୁଣିଲେ, ସେତେବେଳେ ସେ ଅନୁଭବ କଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ପ୍ରତାରଣା କରୁଛନ୍ତି। ଏହାପରେ ସେନାଇଡା ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ପ୍ରେମିକଙ୍କୁ ଏକ ଶିକ୍ଷା ଦେବେ। ଏହା ପରେ, ସଂପୂର୍ଣ୍ଣ ଯୋଜନା କରି, ସେ ଏହି ଅଗ୍ନିକାଣ୍ଡ କରିଥିଲେ।

ପୋଲିସର ସୂଚନାନୁସାରେ, ଅଗ୍ନିଶମ ବିଭାଗ ସକାଳ ୨.୪୫ ସମୟରେ ଶେଖର ରୋଡରୁ ଘରେ ଅଗ୍ନିକାଣ୍ଡ ସମ୍ପର୍କରେ କଲ୍ ପାଇଥିଲା। ଏହା ପରେ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ସେନାଇଡା ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ପ୍ରେମିକଙ୍କୁ ଏକ ଭିଡିଓ କଲ କରି ତାଙ୍କ ଘରେ ନିଆଁ ଜଳୁଥିବାର ଦେଖାଇଥିଲେ। ଏହା ପରେ ତାଙ୍କୁ କହିଥିଲେ ଯେ ସେ ତାଙ୍କର ବିଶ୍ଵାସଘାତକ ଫଳ ଦେଖିଛନ୍ତି । ଆଶାକରେ ତୁମର ସମସ୍ତ ଜିନିଷ ଭଲ ଅଛି । ତେବେ ଯେଉଁ ମହିଳାଙ୍କର ସ୍ୱର ସେନାଇଡା ତାଙ୍କ ପ୍ରେମିକଙ୍କ ଫୋନରେ ଶୁଣିଥିଲେ, ସେ ଯୁବକଙ୍କର ଜଣେ ସମ୍ପର୍କୀୟ ଥିଲେ। କିନ୍ତୁ ଈର୍ଷା ଏବଂ ଅସୁରକ୍ଷିତତା ହେତୁ ଆଜି ସେନାଇଡା ଜେଲରେ।

ପୋଲିସର ସୂଚନାନୁସାରେ, ଅଗ୍ନିକାଣ୍ଡ ଘଟଣାରେ ଘର ଭିତରେ ୫୦ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୦ ଲକ୍ଷରୁ ଅଧିକ ଟଙ୍କାର କ୍ଷତି ଘଟିଛି। ସେନାଇଡା ଲିଭିଙ୍ଗ ରୁମରେ ରଖାଯାଇଥିବା ସୋଫାରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଥିଲେ, କିନ୍ତୁ ଦେଖୁ ଦେଖୁ ପୁରା ଘର ନିଆଁରେ ପୋଡି ଯାଇଥିଲା। ପରଦିନ ପୋଲିସ ସେନାଇଡାଙ୍କୁ ଗିରଫ କରିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: