ତାତିରୁ ମିଳିବ ମୁକ୍ତି,ଦୁଇ ଦିନ ପରେ ଓଡ଼ିଶା ଛୁଇଁବ ମୌସୁମୀ!

ତାତିରୁ ମିଳିବ ମୁକ୍ତି,ଦୁଇ ଦିନ ପରେ ଓଡ଼ିଶା ଛୁଇଁବ ମୌସୁମୀ!

ପ୍ରିଜମ ନ୍ୟୁଜ ବ୍ୟୁରୋ: ତାତିରୁ ମିଳିବ ମୁକ୍ତି, ଆଉ ମାତ୍ର ଦୁଇ ଦିନ ପରେ ଓଡ଼ିଶା ଛୁଇଁବ ମୌସୁମୀ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ରଜରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଗତ ଦୁଇଦିନ ତଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ରହିଥିଲା । ପାଣିପାଗ ବିଭାଗର ସାନି ଆକଳନକୁ ବିଶ୍ୱାସ କଲେ ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଆସିବ ବୋଲି ଜଣା ପଡ଼ିଛି । ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାତି କମିବ ବୋଲି ଜଣାପଡିଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ୧୬ ବା ୧୭ ତାରିଖରେ ମୌସୁମୀ ଓଡିଶା ଛୁଇଁପାରେ । ତେବେ ରାଜ୍ୟରେ ମୌସୁମୀ ପହଞ୍ଚିଲେ ମଧ୍ୟ ଏହା ବିଶେଷ ବର୍ଷା କରାଇବନି ବୋଲି ଜଣାପଡିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: