ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପରେ ଇସ୍ତଫା ଚାପ

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପରେ ଇସ୍ତଫା ଚାପ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଢ଼ି ଚାଲିଛି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ଇସ୍ତଫା ଚାପ । ମହାମାରୀ ସମୟରେ ଡାଉନିଂ ଷ୍ଟ୍ରିଟ୍‌ରେ ଉତ୍ସବ ମନାଇବାକୁ ନେଇ ବୋରିସ ସମାଲୋଚିତ ହୋଇଛନ୍ତି। ୨୦୨୦ ମାର୍ଚ୍ଚ ୨୮ରୁ ୨୦୨୧ ମେ’ ୧୭ ମଧ୍ୟରେ ସେଠାରେ ଏକାଧିକ ଥର ପାର୍ଟିର ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି। କଞ୍ଜରଭେଟିଭ୍‌ ପାର୍ଟିର କେତେଜଣ ଏମ୍‌ପି ତାଙ୍କ ବିରୋଧରେ ଅନାସ୍ଥା ପତ୍ର ଦେଇଛନ୍ତି। ସଙ୍କଟ ଟାଳିବା ଲାଗି ୧୦ ଡ୍ରାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ଉଦ୍ୟମ ସତ୍ତ୍ୱେ ବୋରିସ୍‌ଙ୍କ ସ୍ଥିତି ପ୍ରତି ବିପଦ ରହିଛି। ଏମ୍‌ପିମାନେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷେ ବୋରିସ୍‌ଙ୍କୁ ବିଦା କରିବା ଲାଗି ନୂଆ ଉଦ୍ୟମ ଆରମ୍ଭ ହୋଇଥିବା ତାଙ୍କର କେତେଜଣ ଘନିଷ୍ଠ ସୂଚନା ଦେଇଛନ୍ତି। ବାଣିଜ୍ୟ ମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ସଚିବ ପେନ୍ନି ମୋର୍ଡାଉଣ୍ଟ ଲେଖିଥିବା ପତ୍ରରେ ଡ୍ରାଉନିଂ ଷ୍ଟ୍ରିଟ୍‌ ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: