ଏହି ସିନେମାରେ ୮ ମିନିଟର ମନୋଲଗ୍ କହି ବିଶ୍ବ ରେକର୍ଡ କଲେ ଅମିତାଭ ବଚ୍ଚନ

ଏହି ସିନେମାରେ ୮ ମିନିଟର ମନୋଲଗ୍ କହି ବିଶ୍ବ ରେକର୍ଡ କଲେ ଅମିତାଭ ବଚ୍ଚନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ୟାର୍ କା ପଞ୍ଚନାମା ସିନେମାରେ ଲଗାତାର ସାତ ମିନିଟ୍ ଡାଏଲଗ କହି ଚର୍ଚ୍ଚାକୁ ଆସିଥିଲେ ଅଭିନେତା କାର୍ତ୍ତିକ ଆର୍ୟାନ। ଏବେ ଅମିତାଭ ବଚ୍ଚନ ନିଜର ଫିଲ୍ମ ‘ଚେହେରେ’ରେ ଲଗାତାର ୮ ମିନିଟ୍ ଧରି ମନୋଲଗ୍ ସଂଳାପ କହି ତାଙ୍କର ବି ରେକର୍ଡ ଭାଙ୍ଗି ଦେଇଛନ୍ତି। ତେବେ ଖାସ୍ ଏଇଆ ଯେ, ଏହି ମନୋଲଗ୍ ଡାଏଲଗକୁ ବିଗବି ନିଜେ ଲେଖିଛନ୍ତି ଏବଂ ଗୋଟିଏ ଟେକରେ ହିଁ ଏହାକୁ ପୂରା କରିଛନ୍ତି। ଏହି ସଂଳାପକୁ ମହିଳା ବିରୋଧୀ ହେଉଥିବା ହିଂସାକୁ ନେଇ ଲେଖାଯାଇଛି। ଏହାର ଭିଡିଓକୁ ଏଣିକି ମହିଳାଙ୍କ ସୁରକ୍ଷା ଦିଗରେ ବ୍ୟବହାର କରାଯିବ।

ତେବେ ଏହି ପ୍ରସଙ୍ଗରେ ପ୍ରଯୋଜକ ଆନନ୍ଦ ପଣ୍ଡିତ କହିଛନ୍ତି ଯେ, ଦୁନିଆର କୌଣସି ଅଭିନେତା କେଉଁ ବି ପ୍ରସଙ୍ଗରେ ଏତେ ବଡ଼ ଡାଏଲଗ କହିନାହାନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହା ସ୍ବୟଂ ଅମିତାଭ ବଚ୍ଚନଙ୍କ ହିଁ ଆଇଡିଆ ଥିଲା। ସେ ସବୁବେଳେ କହୁଥିଲେ ଯେ ଏହା ମହିଳା ହିଂସା ବିରୋଧରେ ସଚେତନ ସୃଷ୍ଟି କରିବ। ଏହା ସତ ବି ହେଲା। ଏହି ଡାଏଲଗ ଆଗାମୀ ଦିନରେ ମହିଳା ହିଂସା ବିରୋଧରେ ସଚେତନତାର ବାର୍ତ୍ତା ବାହକ ହେବ।
ଅଗଷ୍ଟ ୨୭ରେ ‘ଚେହେରେ’ ରିଲିଜ ହୋଇଛି। ଏହି ସିନେମାରେ ଅମିତାଭ ବଚ୍ଚନ, ଇମରାନ ହାସମୀ, ରିୟା ଚକ୍ରବର୍ତ୍ତୀ ଏବଂ କ୍ରିଷ୍ଟଲ ଡିସୁଜା ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶାନା ଭାର ସମ୍ଭାଳିଛନ୍ତି ରୁମି ଜାଫରି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: