ଟିକେଟ୍ ନ ମିଳିଲେ କେଉଁମାନେ ସ୍ବାଧୀନରେ ଜିତିକି ଆସିବାର କ୍ଷମତା ରଖିଛନ୍ତି ? କ’ଣ କହୁଛି ବିଜେଡିର ଇଣ୍ଟରନାଲ ସର୍ଭେ?

ଟିକେଟ୍ ନ ମିଳିଲେ କେଉଁମାନେ ସ୍ବାଧୀନରେ ଜିତିକି ଆସିବାର କ୍ଷମତା ରଖିଛନ୍ତି ? କ’ଣ କହୁଛି ବିଜେଡିର ଇଣ୍ଟରନାଲ ସର୍ଭେ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୧୯୯୮, ୧୯୯୯ ଲୋକସଭା ୨୦୦୦ ବିଧାନସଭା, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ଆଶାତୀତ ସଫଳତା ପାଇଥିଲା। ବିଜୁ ବାବୁଙ୍କ ଦେହାନ୍ତ, ବାଜପେୟୀଙ୍କ ଲୋକପ୍ରିୟତା ପ୍ରଥମାର୍ଦ୍ଧରେ ଉଭୟ ବିଜେପି ଓ ବିଜେଡିକୁ ସହାୟକ ହୋଇଥିଲା। ମାତ୍ର ୨୦୦୮ ମସିହା ପୌର ନିର୍ବାଚନ ପରଠାରୁ ବିଜେଡି ନିଜ ସିଂହରେ ଜିତି ଆସୁଛି। ନବୀନଙ୍କ ସମକକ୍ଷ ପ୍ରତିଦ୍ବନ୍ଦ୍ବୀ ଏବଂ ତାଙ୍କର ଲୋକପ୍ରିୟତା ବିଜେଡିକୁ ଶତାଧିକ ଆସନରେ ଜିତାଇ ଆସୁଛି। ଅଧିକାଂଶ ପ୍ରାର୍ଥୀ ନବୀନଙ୍କ ଲୋକପ୍ରିୟତା ଓ ଶଙ୍ଖ ଚିହ୍ନ ପାଇଁ ଜିତୁଛନ୍ତି। ହେଲେ ଏମିତି କିଛି ନେତା ଅଛନ୍ତି, ଯେଉଁମାନଙ୍କୁ ଟିକେଟ୍ ନ ମିଳିଲେ ବି ସେମାନେ ନିଜସ୍ବ ଦମରେ ଜିତି ଆସିବାର କ୍ଷମତା ରଖୁଛନ୍ତି।

ବିଜେଡି ପକ୍ଷରୁ ନିକଟ ଅତୀତରେ କରାଯାଇଥିବା ଏକ ସର୍ଭେରୁ ଏମିତି କିଛି ସୁରାକ ମିଳିଛି। ଦଳ ପକ୍ଷରୁ ଏକ ଅଙ୍କ ବିଶିଷ୍ଟ ବିଧାୟକ ନିଜସ୍ବ ଦମରେ ଜିତିକି ଆସିବାର କ୍ଷମତା ରଖୁଛନ୍ତି। ଏହି ବିଧାୟକମାନେ ହେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ।

ଇଏ ତ ଗଲା ବିଧାନସଭା କଥା। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ବିଜେଡି ପ୍ରସ୍ତୁତି ଚଳାଇଛି। ତୃତୀୟ ମହଲା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ ନିର୍ବାଚନରେ ହାରିଥିବା ୭ଟି ସ୍ଥାନରେ ପ୍ରାର୍ଥୀ ବଦଳା ଯିବ। ଏହି ଆସନ ଗୁଡ଼ିକ ହେଉଛି କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି ଏବଂ ବରଗଡ଼। ବାଲେଶ୍ବର ଓ ଭୁବନେଶ୍ବର ଆସନ ନେଇ ବିଜେଡିର ତର୍ଜମା ଏବେ ବି ଜାରି ରହିଛି। ସେହିପରି ଜିତିଥିବା ଆସନ ଗୁଡ଼ିକ ମଧ୍ୟରୁ କଟକ, ନବରଙ୍ଗପୁର ଓ କେନ୍ଦ୍ରାପଡ଼ାର ପ୍ରାର୍ଥୀ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ବ ଦେଇଥିବାରୁ ପ୍ରମିଳା ବିଶୋୟୀ, ମଞ୍ଜୁଲତା ମଣ୍ଡଳ ଏବଂ ଶର୍ମିଷ୍ଠା ସେଠୀଙ୍କୁ ବଦଳା ଯାଇ ନପାରେ। ହେଲେ ୨୦୨୪ ପୂର୍ବରୁ ହିଁ ସେନେଇ ସ୍ପଷ୍ଟ ସୂଚନା ମିଳିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: