ଯାଆଁଳା ସ୍ୱାମୀଙ୍କୁ ନେଇ ଦ୍ୱନ୍ଦରେ ଯାଆଁଳା ଭଉଣୀ, କାହିଁକି ଜାଣନ୍ତୁ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଯାଆଁଳା ପିଲାମାନେ ସର୍ବଦା ଅନ୍ୟମନଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି। ବିଶେଷକରି Identical Twins । ସେମାନେ କେବଳ ଦେଖିବାକୁ ସମାନ ତାହା ନୁହେଁ, ସେମାନଙ୍କର ବ୍ୟବହାର, ରୁଚି କାର୍ଯ୍ୟକଳାପ ମଧ୍ୟ ସମାନ ହୋଇଥାଏ। ଯୁକ୍ତରାଷ୍ଟ୍ରରେ ରହୁଥିବା ବ୍ରିଟାନୀ ଏବଂ ବ୍ରିଆନା ନାମକ ଦୁଇ ଭଉଣୀ ମଧ୍ୟ Identical Twins ଅଟନ୍ତି । ଦୁହେଁ ପିଲା ଦିନରୁ ଯୁବା ପର୍ଯ୍ୟନ୍ତ ସବୁକିଛି ଏକା ସାଙ୍ଗରେ କରିଥିଲେ । ସେମାନେ ପ୍ରାୟତଃ ସମାନ ପୋଷାକରେ ଦେଖାଯାଆନ୍ତି। ଏହି ଭଉଣୀଙ୍କ ଚର୍ଚ୍ଚା ସେତେବେଳେ ହୋଇଥିଲା ଯେତେବେଳେ ସେମାନେ ଆଇଡେଣ୍ଟିକାଲ୍ ଟ୍ୱିନ୍ସ ଭାଇମାନଙ୍କୁ ବିବାହ କରିଥିଲେ । ତେବେ ଏହି ଯାଆଁଳା ଭଉଣୀମାନେ ଏକା ସମୟରେ ସନ୍ତାନ ଜନ୍ମ ଦେଇ ପୁଣି ଚର୍ଚ୍ଚାରେ ରହିଛନ୍ତି। ଏହି ଦୁଇ ଭଉଣୀ ଇନଷ୍ଟାଗ୍ରାମରେ ଏକ ପେଜ ତିଆରି କରିଛନ୍ତି, ଯେଉଁଥିରେ ସେମାନଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ତେବେ ଯାଆଁଳା ଭାଇଙ୍କୁ ବିବାହ ପରେ ଏହି ଦୁଇ ଭଉଣୀ ପ୍ରତିଦିନ ଅନେକ ଦ୍ୱନ୍ଦ୍ୱରେ ପଡ଼ନ୍ତି ବୋଲି କୁହନ୍ତି।
୨୦୧୭ ମସିହାରେ ବ୍ରିଟାନୀ ଏବଂ ବ୍ରିଆନା ଯାଆଁଳା ଭାଇ ଜୋସ୍ ଏବଂ ଜେରେମି ସାଲେସରଙ୍କୁ ଭେଟିଥିଲେ । ଏହାପରେ ସେମାନଙ୍କୁ ବିବାହ କରିବାକୁ ସ୍ଥିର କଲେ ଏବଂ ମାତ୍ର ୬ ମାସ ଡେଟ୍ ପରେ ସେମାନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିଛି ଦିନ ପରେ ସେମାନେ ବିବାହ ମଧ୍ୟ କରିଥିଲେ। ସେବେଠାରୁ ସେମାନେ ଏକାଠି ରହି ଆସୁଛନ୍ତି। ତେବେ ଏକ ସାକ୍ଷାତକାରରେ ସେହି ଦୁଇ ଭଉଣୀ କହିଛନ୍ତି ଯେ, ଅନେକ ଥର ସେମାନେ ନିଜ ସ୍ୱାମୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡିଯାନ୍ତି। କିନ୍ତୁ କିଛି ନିର୍ଦ୍ଦିଷ୍ଟ ଚିହ୍ନ ହେତୁ ନିଜ ସ୍ୱାମୀଙ୍କୁ ଚିହ୍ନିବାକୁ ସକ୍ଷମ ହୁଅନ୍ତୁ। ବ୍ରିଟିନୀ ଏବଂ ବ୍ରିଆନା ପିଲାଦିନରୁ ସେମାନଙ୍କର ସମସ୍ତ କାର୍ଯ୍ୟ ଏକାଠି କରୁଥିଲେ। ଦୁହେଁ ଏକାଠି ସ୍କୁଲ୍ ଯିବାଠୁ ଆରମ୍ଭ କରି ସ୍ନାତକୋତ୍ତର ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଏକା ସାଙ୍ଗରେ କରିଥିଲେ। ଉଭୟଙ୍କ ବନ୍ଧନ ଏପରି ମଜଭୁତ ଥିଲା ଯେ ସେମାନେ ମଧ୍ୟ ଏକା ସାଙ୍ଗରେ ବିବାହ କରିବା ସହ ଏକାସାଙ୍ଗରେ ପ୍ଲାନିଂ କରି ଗର୍ଭବତୀ ହୋଇଥିଲେ। ମାତ୍ର କିଛି ଦିନର ବ୍ୟବଧାନରେ ସେମାନେ ଦୁହେଁ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମା’ ହେବା ପରେ ଦୁହେଁ ଏକାଠି ପିଲାମାନଙ୍କୁ ପାଳୁଛନ୍ତି। ଇନଷ୍ଟାଗ୍ରାମ ପୃଷ୍ଠାରେ ସେମାନେ ପୋଷ୍ଟ କରୁଥିବା ଫଟୋ ଓ ଭିଡିଓରୁ ସେମାନଙ୍କର ଜୀବନଶୈଳୀ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ, ଏହି ଲୋକମାନେ କିପରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାର୍ଥକ୍ୟ କରିପାରିବେ ? ତଥାପି, ଏହି ଚାରିଜଣ ଏକାଠି ରହିବାକୁ ଭଲ ପାଆନ୍ତି ବୋଲି କୁହନ୍ତି।

Leave a Reply

Your email address will not be published. Required fields are marked *