ଆଇସ୍କ୍ରିମ୍ ଖାଇବାକୁ ଭଲ ପାଆନ୍ତି Amazon ପ୍ରତିଷ୍ଠାତା

ଆଇସ୍କ୍ରିମ୍ ଖାଇବାକୁ ଭଲ ପାଆନ୍ତି Amazon ପ୍ରତିଷ୍ଠାତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧନୀ ହେଉକି ଗରିବ ଆଇସ୍କ୍ରିମ୍ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ହେଲେ ଆପଣ ଜାଣନ୍ତି କି Amazon ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମଧ୍ୟ ଆଇସ୍କ୍ରିମ୍ ପ୍ରେମରେ ପାଗଳ। ଆପଣ ହୁଏତ ଭାବୁଥିବେ ଦୁନିଆର ଏତେବଡ ଧନୀ ବ୍ୟକ୍ତିଙ୍କ ବେଜୋସ୍ ଙ୍କ ପାଖରେ ସମୟ କୋଉଠି ଥିବ ଯେ ସେ ସାଧାରଣ ଲୋକ ପରି ଆଇସ୍କ୍ରିମ୍ ଖାଇବାର ସୌକୁ ରଖିବେ। କିନ୍ତୁ ଏହା ସତ ଯେ ସେ ମଧ୍ୟ ଆଇସ୍କ୍ରିମକୁ ବହୁତ ଭଲ ପାଆନ୍ତି। ବେଜୋସ୍ ଆଇସକ୍ରିମକୁ ଏତେ ଭଲ ପାଆନ୍ତି ଯେ ନିଜ ଘରେ ଏକ ଆଇସ୍କ୍ରିମ୍ ମେସିନ୍ ଲଗାଇଛନ୍ତି। ବେଜୋସ୍ ନିକଟରେ ତାଙ୍କ ଘରେ ଏକ ଆଇସକ୍ରିମ୍ ମେସିନ୍ ଲଗାଇଛନ୍ତି, ଯାହାକି ସଫ୍ଟ ସର୍ଭିସ୍ ଆଇସ୍କ୍ରିମ୍ ତିଆରି କରୁଥିବା ଏକ କମ୍ପାନୀର। ଏହି ମେସିନ୍ ବେଜୋସ୍ ତାଙ୍କ ଲସ୍ ଆଞ୍ଜେଲସ୍ ସ୍ଥିତ ବାସଭବନରେ ସ୍ଥାପିତ କରିଛନ୍ତି। ସିଭିଟି ସଫ୍ଟ ସର୍ଭିସର ପ୍ରତିଷ୍ଠାତା ଜୋ ନିଚି ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜେଫ୍ ବେଜୋସ୍ ତାଙ୍କର ପ୍ରଥମ ଆବାସିକ ଗ୍ରାହକ, ଯାହାଙ୍କ ଘରେ ୨୪ ଘଣ୍ଟା ସଫ୍ଟ ସର୍ଭିସ୍ ଆଇସ୍କ୍ରିମ୍ ପାଇପାରିବେ। ବେଜୋସ ତାଙ୍କ ଘରେ ସ୍ଥାପନ କରିଥିବା ଆଇସକ୍ରିମ ମେସିନର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। CVT ହେଉଛି ଏକ ସଫ୍ଟ-ସର୍ଭିସ୍ ଆଇସ୍କ୍ରିମ୍ ମେସିନ୍ ଯାହା ଆଗରେ କଷ୍ଟୋମାଇଜ୍ ଲାଇସେନ୍ସ ପ୍ଲେଟ୍ ରହିଛି। ଏହା ଏକ ଖାଦ୍ୟ ଟ୍ରକ୍ ପରି ଦେଖାଯାଉଛି। ଏହାର ସିଙ୍ଗଲ୍ ସର୍ଭିସ୍ ମେସିନର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହୋଇଥିବାବେଳେ ଏକାଧିକ ସ୍ୱାଦ ସହିତ ଫୁଲ୍ ସାଇଜ୍ ଫ୍ଲୋର୍ ମଡେଲର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା। ଏହି କମ୍ପାନୀ ରେଷ୍ଟୁରାଣ୍ଟ ଏବଂ ବ୍ୟବସାୟିକ ଯୋଗାଣ କରିଥାଏ।
ଏକ ବିଜନେସ ମାଗାଜିନ୍ ଅନୁଯାୟୀ, ଜେଫ୍ ବେଜୋସ୍ ପ୍ରତି ସେକେଣ୍ଡରେ ୩,୭୧୫ ଡଲାର୍ ଅର୍ଥାତ୍ ପ୍ରାୟ ୪ ଲକ୍ଷ ଟଙ୍କା ରୋଜଗାର କରନ୍ତି। ତେଣୁ ଏହା ତାଙ୍କ ପାଇଁ ବଡ଼ କଥା ନୁହେଁ। ଯାହାହେଉ, ବେଜୋସ୍ ତାଙ୍କର ଅଜବ ସଉକ ଏବଂ ସେଗୁଡିକ ପୂରଣ ପାଇଁ ବହୁତ ପ୍ରସିଦ୍ଧ। ଆମାଜନର ଦ୍ୱିତୀୟ ହେଡ୍ କ୍ୱାର୍ଟର୍ ବିଲ୍ଡିଂର ଡିଜାଇନ୍ ବିଷୟରେ, ଲୋକମାନେ ସୋସିଆଲ୍ ମିଡିଆରେ କହିବା ଆରମ୍ଭ କରିଛନ୍ତି ଯେ ଏହା ମଧ୍ୟ ସଫ୍ଟ-ସର୍ଭିସ୍ ଆଇସ୍କ୍ରିମ୍ ପରି ଦେଖାଯାଉଛି। ଏହା ଆଇସକ୍ରିମ ପ୍ରତି ତାଙ୍କର ପ୍ରେମ ଦର୍ଶାଉଛି। ବିଶ୍ଵର ଅନ୍ୟତମ ନମ୍ବର-1 ଧନୀ ବେଜୋସ୍ ବର୍ତ୍ତମାନ ତାଙ୍କର ନୂତନ ହବି ଯୋଗୁଁ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: